ଭଦ୍ରକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ନକଲି ଡାକ୍ତର

ନକଲି ଡାକ୍ତର

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନକଲି ଡାକ୍ତର ଧରାପଡ଼ିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଜଣେ ଯୁବକ ନିଜକୁ ଡାକ୍ତର ବେଶରେ ସଜେଇ ହୋଇ ଭଦ୍ରକ ମେଡ଼ିକାଲରେ ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିବା ବେଳେ ତାଙ୍କ ଉପରେ ସନ୍ଦେହ କରି ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ନକଲି ଡାକ୍ତର ଜଣକ ଚଞ୍ଚକତା କରି ବେକରେ ଷ୍ଟେଥୋ ପକାଇ ମେଡିକାଲକୁ ଯାଉଥିବା ସମୟରେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗର ସିକ୍ୟୁରିଟି ଗାର୍ଡଙ୍କୁ ଜନୈକ ଯୁବକ ନିଜକୁ ଡାକ୍ତର ପରିଚୟ ଦେଇଥିଲେ। ବେକରେ ଷ୍ଟ୍ରେଥୋ ପକାଇ ଥିବା ବେଳେ ଗାର୍ଡଙ୍କୁ ନୂଆ କରି ଜଏନ କରିଥିବାରୁ ଓଟି ଓ ୱାର୍ଡକୁ ରାସ୍ତା ପଚାରି ଯାଇଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୱାର୍ଡରେ ବୁଲୁଥିବା ବେଳେ ସନ୍ଦେହ ହେବାରୁ ତାଙ୍କୁ ପରିଚୟ ପଚାରିଥିଲେ। କିନ୍ତୁ ଠିକ ଉତ୍ତର ନପାଇବାରୁ ତାଙ୍କୁ ମେଡିକାଲରେ ଥିବା ପୁଲିସ ସହାୟତା କେନ୍ଦ୍ରକୁ ଆଣିଥିଲେ। ପଚରାଉଚୁରା ବେଳେ ଯୁବକ ଜଣକ ନକଲି ଡାକ୍ତର ବୋଲି ଜଣାପଡ଼ିଛି। ତେବେ ଯୁବକ ଜଣକ ଯାଜପୁର ଜିଲ୍ଲା ଅଞ୍ଚଳର ରାଜୀବ ବୋଲି ସୂଚନା ମିଳିଛି। ତେବେ ଯୁବକଙ୍କୁ ଭଦ୍ରକ ଟାଉନ ପୁଲିସ ଅଟକ ରଖି ପଚରାଉଚୁରା କରିଛନ୍ତି। ଯୁବକ ଜଣକ ଡାକ୍ତର ପରିଚୟ କାହିଁକି ଦେଇଥିଲେ, ସେ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଏହି ଘଟଣା ପରେ ଭଦ୍ରକ ଜିଲ୍ଲାରେ ନକଲି ଡାକ୍ତରଙ୍କ ସଂଖ୍ୟା ଆହୁରି କେତେ ଥିବ, ତାକୁ ନେଇ ଆଶଙ୍କା ବଢୁଛି।

Share Now:

Kalinga News Beuro

Next Post

ଅନନ୍ତ କେଶରୀ ଯାତ୍ରା : ଆୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ, ଅନୁଦାନ ମାତ୍ର ଲକ୍ଷେ

Wed Feb 1 , 2023
ରାଜସ୍ବ ସଂଗ୍ରହର ମାଧ୍ୟମ କରାଯାଉଥିବା ଅଭିଯୋଗ ଖଣ୍ଡଗିରି: ଖଣ୍ଡଗିରି କୁମ୍ଭମେଳାର ପାର୍କିଂ, ଯାତ୍ରା ପେଣ୍ଡାଲ, ଦୋଳି ଖେଳ, ହାଟବଜାର ପିଣ୍ଡି ବାବଦରେ ବିଏମ୍‌ସି ୫୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆକାରରେ ପାଉଛି। କିନ୍ତୁ ଯେଉଁ ଅନନ୍ତକେଶରୀଙ୍କ ପାଇଁ ସମୁଦାୟ ଆୟୋଜନ ତାଙ୍କ ନାଁରେ ମାତ୍ର ୧ଲକ୍ଷ ଟଙ୍କା ଅନୁଦାନ ଦେଉଛି। ଏହା କେମିତି ନ୍ୟାୟ ବୋଲି ବିଏମସିକୁ ପ୍ରଶ୍ନ କରିଛି ଜାଗମରା ଗାଁ କମିଟି। ଅନୁଦାନକୁ ନିହାତି ୫ଲକ୍ଷ ଟଙ୍କାକୁ […]
ଅନନ୍ତ କେଶରୀ ଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial