କରୋନା ମୁକାବିଲା ଲାଗି ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ଅଛି ଅତ୍ୟାବଶ୍ୟକ ଔଷଧ

ଭୁବନେଶ୍ୱର: କୋଭିଡ ୨୯କୁ ମୁକାବିଲା କରିବାକୁ ରାଜ୍ୟରେ ଥିବା ମେଡିକାଲମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ମେଡିକାଲ ଉପକରଣ ପହଂଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ନିଗମ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ କୋଭିଡ ୨୯କୁ ମୁକାବିଲା କରିବା ପାଇଁ ଜାନୁୟାରୀ ମାସରୁ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା। କରୋନା ଟେଷ୍ଟିଙ୍ଗ ପାଇଁ ଆର୍ଟିପିସିଆର ମେସିନ, ବାଓସେଫଟି କ୍ୟାବିନେଟ, ବିଏସଏଲ୨ ପ୍ଲସ ଲାବ ଅଣାଯାଇଛି। ସେହିପରି ବର୍ତ୍ତମାନ ଆଇସିୟୁ ଭେଣ୍ଟିଲେଟର ୨୯୯ଟି କାର୍ଯ୍ୟକ୍ଷମ ଥିବାବେଳେ ୪୨୪ଟି ଅର୍ଡର ଦିଆଯାଇଥିଲା, ଯେଉଁଥିରୁ ୫୭ଟି ପହଞ୍ଚିସାରିଛି। ଆସନ୍ତା ୬ ସପ୍ତାହ ଭିତରେ ଅନ୍ୟ ଅର୍ଡ଼ରଗୁଡିକ ମିଳିଯିବ। ଅକ୍ସିଜେନ କନସେନଟ୍ରଟର୍ସ ୧୦୦୪ଟି କାର୍ଯ୍ୟକ୍ଷମ ଥିବାବେଳେ ୧୦ ହଜାରଟି ଅର୍ଡର ଦିଆଯାଇଛି, ଏଥିରୁ ୫୮୬ଟି ପହଞ୍ଚିସାରିଛି। ନେବୁଲାଇଜର ୭୭୦୦ଟି ଅର୍ଡର ଦିଆଯାଇଥିବାବେଳେ ୭୨୦୦ଟି ପହଞ୍ଚିସାରିଛି। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଯାହାକୁ ଆଇସିୟୁ ଆବଶ୍ୟକ ନାହିଁ କିନ୍ତୁ ଅକ୍ସିଜେନ ଆବଶ୍ୟକ ଅଛି ସେମାନଙ୍କ ପାଇଁ ଅକ୍ସିଜେନ କନସେନଟ୍ରଟର୍ସ ଓ ନେବୁଲାଇଜର ଆବଶ୍ୟକ। ସେହିପରି ରାଜ୍ୟରେ ୫ ମାସ ପାଇଁ ଅତ୍ୟାବଶ୍ୟକ ଔଷଧ ମହଜୁଦ ଥିବାର ସୂଚନା ଦେଇଛନ୍ତି। ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ମେ ମାସ ସୁଦ୍ଧା ଔଷଧ ଆଣି ରଖାଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

କରୋନା ବାଧକ : ପାଳନ ହେଲାନି ରାଜଧାନୀ ପ୍ରତିଷ୍ଠା ଦିବସ

Mon Apr 13 , 2020
ନାମଫଳକରେ ବି ପୁଷ୍ପମାଲ୍ୟ ଅର୍ପଣ ହେଲାନି ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରର ୭୨ତମ ପ୍ରତିଷ୍ଠା ଦିବସ ପାଳନ ହେଲାନି। ସକାଳେ ପରେଡ୍‌ ହେଲାନି କି ରାଜଧାନୀ ଶ୍ରୀ ସମ୍ମାନ ପ୍ରଦାନ କରାଗଲାନାହିଁ । ସେହିପରି ଆୟୋଜନ ହେଉଥିବା ରାଜଧାନୀ ମହୋତ୍ସବ ବି ଆୟୋଜନ ହେବନି ବୋଲି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ପକ୍ଷରୁ କୁହାଯାଇଛି। କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି ଯେ କରୋନା ପାଇଁ ସାରା ଦେଶରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial