ଡାକ୍ତରଙ୍କ ଲାଞ୍ଚ ନେବା ଘଟଣା ର ଭିଡ଼ିଓ ଭାଇରଲ,ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫେଲ ମାରିଛି ୫ଟି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପତ୍ର ରେ ଡାକ୍ତର ଦସ୍ତଖତ କରିବାକୁ ନେଉଛନ୍ତି ଲାଞ୍ଚ। ଆଉ ଏହାର ଏକ ଭିଡ଼ିଓ ସୋସିଆଲ ମେଡିଆ ରେ ଭାଇରଲ ହୋଇଛି। ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ନଦେଲେ ଦସ୍ତଖତ କରୁନାହାନ୍ତି।

ପ୍ରତି ଦସ୍ତଖତ ପିଛା ୧୦୦ ଓ ୨୦୦ ଟଙ୍କା ନିଆଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି। ରାଜ୍ୟରେ ସରକାର ୫ଟି ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ଲୋକଙ୍କ ଭରସା କୁହାଯାଉଥିବା ଡାକ୍ତର କିଭଳି ସର୍ବ ସମୁଖରେ ଲାଞ୍ଚ ନେଉଛନ୍ତି ଏବଂ ସରକାର ଏହାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା।

Share Now:

Kalinga News Beuro

Leave a Reply

Next Post

ଗାଁରେ ମହାଭାରତ ନାଟକ ଚାଲିଥିବା ବେଳେ ବାଣ ଫୁଟି ୮ ଜଣ ଗୁରୁତର

Sun Mar 15 , 2020
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର କଇଥଳା ଗାଁରେ ମହାଭାରତ ନାଟକ ପରିବେଷଣ ବେଳେ ଏକ ବଡ଼ ଅଘଟଣ ଘଟିଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କେ.ରାମଚନ୍ଦ୍ରପୁର ଗ୍ରାମରେ ମହାଭାରତ ନାଟକ ପରିବେଷଣ ବେଳେ ବାଣ ଫୁଟି ୮ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଆସିକା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଥିବା ସୂଚନା ମିଳିଛି । […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial