କଂଗ୍ରେସ ପ୍ରତିଷ୍ଠା ଦିବସରେ ସୋନିଆ, ରାହୁଲ ‌ଅନୁପସ୍ଥିତ

କଂଗ୍ରେସ ପ୍ରତିଷ୍ଠା ଦିବସ

ରାହୁଲଙ୍କୁ ବିଜେପିର ସମାଲୋଚନା, ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଗତକାଲି ଅନୁପସ୍ଥିତ ରହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି। ଏଆଇସିସି ମୁଖ୍ୟାଳୟରେ ବରିଷ୍ଠ ନେତା ଏ.କେ ଆଣ୍ଟୋନିଙ୍କ ଦ୍ବାରା ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି, ଗୁଲାମ ନବି ଆଜାଦ, କେସି ବେଣୁଗୋପାଳ, ରଣଦୀପ ସିଂହ ସୂର୍ଯ୍ୟେୱାଲା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସୋନିଆ ଗାନ୍ଧି କରୋନା ମହାମାରୀ ପାଇଁ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଏବେ ‌ଯୋଗ ଦେଉନଥିବାରୁ ଅଂଶଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷେ ରାହୁଲ ଗାନ୍ଧି ଏବେ ବିଦେଶ ଗସ୍ତରେ ଅଛନ୍ତି। ସୋନିଆ‌ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମ୍ବିଧାନ, ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନକୁ ସୁରକ୍ଷା ଦେବା ଦିଗରେ କାର୍ଯ୍ୟ ଜାରି ରଖିବା ପାଇଁ କହିଛନ୍ତି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସେ ମୋଦୀ ସରକାରଙ୍କୁ ଟା‌ର୍ଗେଟ୍‌ କରିଛନ୍ତି । ସାଧାରଣ ଲୋକଙ୍କ ଅଧିକାରକୁ ପାଦରେ ଦଳି ଦିଆଯାଇଛି ବୋଲି ସେ କହିଛନ୍ତି। ତେବେ କଂଗ୍ରେସ ପ୍ରତିଷ୍ଠା ଦିବସରେ ରାହୁଲଙ୍କ ଅନୁପସ୍ଥିତି ଯୋଗୁଁ ବିଜେପି ରାହୁଲଙ୍କୁ କଡ଼ା ସମାଲୋଚନା କରିଛି। ରାହୁଲ୍‌ଙ୍କୁ କଟାକ୍ଷ କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ଟ୍ବିଟ୍‌ କରି କହିଛନ୍ତି, କଂଗ୍ରେସ ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି, କିନ୍ତୁ ରାହୁଲ ଅଦୃଶ୍ୟ ହୋଇଯାଉଛନ୍ତି। ଏହା ସବୁଠୁ ଦୁଭାର୍ଗ୍ୟଜନକ ଯେ, ଯିଏ ଦଳର ସଭାପତି ଥିଲେ ଏବଂ ଏବେ ବି ସଭାପତି ହେବାପାଇଁ ବିଚାରବିମର୍ଶ ଜାରି ରହିଛି ସେ ଦଳର ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ରହୁଛନ୍ତି। ରାହୁଲ ଏବେ‌ କେଉଁ ଦେଶରେ ଅଛନ୍ତି ତାହା କେହି ଜାଣିନାହାନ୍ତି। ତାଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କଂଗ୍ରେସ ଏହାର କଡ଼ା ଜବାବ ଦେଇଛି। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି, ରାହୁଲ ତାଙ୍କ ଆଇମା’ଙ୍କୁ ଦେଖିବାକୁ ଯାଇଛନ୍ତି। ଏହା କ’ଣ ଭୁଲ୍‌ ? ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଗସ୍ତ କରିବାର ଅଧିକାର ରହିଛି। ବିଜେପି ନିହାତି ନିଚ ସ୍ତରର ରାଜନୀତିରେ ସମ୍ପୃକ୍ତ ରହୁଛି। ସେମାନେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରୁଛନ୍ତି। କାରଣ ସେମାନେ କେବଳ ଜଣେ ନେତାଙ୍କୁ ହିଁ ଟାର୍ଗେଟ୍‌ କରିବାକୁ ଚାହୁଛନ୍ତି ବୋଲି ବେଣୁଗୋପାଳ କହିଛନ୍ତି।

Share Now:

Kalinga News Beuro

Next Post

ବିଏମ୍‌ସିର ଫାଇନ୍ ଆଦାୟକୁ ବିରୋଧ : ରାସ୍ତାରୋକ କଲେ ବ୍ୟବସାୟୀ

Wed Dec 30 , 2020
ଭୁବନେଶ୍ବର : ବିଏମ୍‌ସିର ଚଢ଼ଉକୁ ବିରୋଧ କରି ଆଜି ବ୍ୟବସାୟୀ ରାସ୍ତାକୁ ଓହ୍ଲାଇଛନ୍ତି। ବିଏମ୍‌ସି ପକ୍ଷରୁ ଆଜି ସଂଧ୍ୟାରେ ରସୁଲଗଡ଼ ଛକରେ ଯାଞ୍ଚ ସମୟରେ ବିଭିନ୍ନ ଦୋକାନରୁ ପଲିଥିନ୍ ଓ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ ବାହାରିବାରୁ ଦୋକାନୀଙ୍କୁ ଜରିମାନା କରାଯାଇଛି। ଛୋଟଛୋଟ ଦୋକାନୀଙ୍କୁ ଦୁଇରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରିଥିବାରୁ ବ୍ୟବସାୟୀମାନେ ରସୁଲଗଡ଼ ଛକରେ ଜାତୀୟ ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମିଳିଥିବା ସୂଚନା […]
ବିଏମ୍‌ସିର ଫାଇନ୍ ଆଦାୟକୁ ବିରୋଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial