ପ୍ରଚାରକୁ ଓହ୍ଲାଇଲେ ସୁଶାନ୍ତ ଓ ମନ୍ମଥ : ପଥରବନ୍ଧ ପଡ଼ିଆରେ ସମାବେଶ

ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୧୭ ନମ୍ବର ୱାର୍ଡର ପଥରବନ୍ଧ ପଡ଼ିଆଠାରେ ଏକ ନିର୍ବାଚନୀ ସଭା ତଥା କର୍ମୀ ସମ୍ମିଳନୀରେ ସାମିଲ ହୋଇ ଡବଲ ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଆଜିର ସଭା ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀ ରାଉତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନା, ନିର୍ମଳ ଭାବମୂର୍ତ୍ତିକୁ ନେଇ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି। ସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ସହରବାସୀଙ୍କ ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିକାଶର ଏହି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, କର୍ପୋରେଟର ମିହିର ରାଉତ, ପୂଜା ମହାରଣା, ମିନୁଶ୍ରୀ ଖୁଣ୍ଟିଆ, ସେକ ନୁର୍‌ହାସନ, ମୋନାଲିସା ବେହେରା, ମାନସୀ ସୁନ୍ଦରାୟ, ପିଙ୍କି ସ୍ୱାଇଁ, ଅଚ୍ୟୁତାନନ୍ଦ ସ୍ୱାଇଁ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଇତିଶ୍ରୀ ଦାସ, ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ, ନିର୍ମଳ ରାଉତ, ପ୍ରତାପ ରାଉତରାୟ, ସଞ୍ଜୟ ବଳିଆରସିଂ, ସୁସ୍ମିତା ଦାସ, ଗଣେଶ ନାୟକ, ଯୁବନେତା ଆଦିକନ୍ଦ ରାଉତ, ସବ୍ୟସାଚୀ ସାହୁ, ଦିଲ୍ଲୀପ ନାୟକ, ଅନୁପ୍‌ ଖୁଣ୍ଟିଆ, ଭୋଳାନାଥ ମହାରଣା ଓ ମହିଳା ନେତ୍ରୀ ସୂର୍ଯ୍ୟକାନ୍ତି ଜେନା ପ୍ରମୁଖ ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ମିଛ ଓ ଉତ୍ତେଜକ ଖବର ଉପରେ ନଜର : କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ସାଇବର ସେଲ୍‌ ଗଠିତ

Wed Apr 3 , 2024
ଭୁବନେଶ୍ୱର: ଫେସ୍‌ବୁକ, ଏକ୍ସ, ହ୍ବାଟ୍‌ସଆପ୍‌ ଅଥବା ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ମିଥ୍ୟା ଖବର ପୋଷ୍ଟ ଓ ସେୟାରକୁ ବରଦାସ୍ତ କରାଯିବ ନାହିଁ। ଏଥିସହିତ ଛାପା ଗଣମାଧ୍ୟମ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ନିର୍ବାଚନ ସମ୍ପର୍କିତ ମିଥ୍ୟା ଖବର, ଗୁଜବ ବା ନିର୍ବାଚନକୁ ପ୍ରଭାବିତ କଲାଭଳି ଖବର ପ୍ରସାରଣ ହୋଇପାରିବ ନାହିଁ। ଏହାକୁ ଗୁରୁତ୍ବର ସହ ନେଇଛି କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ଆଇଟି ସେଲ୍‌। ମିଥ୍ୟା‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial