ନବୀନ ନିବାସରେ ପଦ୍ମପୁର ନିର୍ବାଚନ ନେଇ ସମୀକ୍ଷା କଲେ ସୁପ୍ରିମୋ

ନବୀନ ନିବାସରେ ପଦ୍ମପୁର ନିର୍ବାଚନ ନେଇ ସମୀକ୍ଷା

ଭୁବନେଶ୍ୱର: ପଦ୍ମପୁର ନିର୍ବାଚନ ଫଳାଫଳ ପୂର୍ବରୁ ନବୀନ ନିବାସରେ ମାନସ ମନ୍ଥନ ହୋଇଛି। ୫୦ରୁ ଉର୍ଦ୍ଧ୍ୱ ବିଜେଡି ନେତା ସୁପ୍ରିମୋଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି। ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକଙ୍କ ସହ ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ନବୀନ ନିବାସ ଡକାଯାଇଥିଲା। ଆଉ ନବୀନ ନିବାସରେ ଶାସକ ଦଳର ରୁଦ୍ଧ ଦ୍ୱାର ବୈଠକ ହୋଇଛି। ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ବ୍ରଜ ପ୍ରଧାନ ଓ ସୁଶାନ୍ତ ରାଉତଙ୍କ ଭଳି ଅନେକ ବଡ଼ ବଡ଼ ନେତା ଉପସ୍ଥିତ ଥିଲେ। ତେବେ ବୈଠକକୁ ନେଇ ବିଜେଡି ନେତା ସୁଧୀର ସାମଲ କହିଛନ୍ତି ଯେ ବିପୁଳ ଭୋଟରେ ବିଜେଡି ବିଜୟୀ ହେବ। ତିନିଟି ଯାକ ବ୍ଲକ ଓ ଏନଏସିରେ ଦଳ ଲିଡ଼ କରିବ। ଲୋକଙ୍କର ସମସ୍ୟା କଣ ଅଛି, ସରକାରୀ ଯୋଜନା ତଳ ସ୍ତରରେ କେମିତି ପହଁଚୁଛି, ଲୋକଙ୍କ ଆବଶ୍ୟକତା କଣ ରହୁଛି କିପରି ସମସ୍ୟାର ସମାଧାନ କରାଯିବ ସେ ସମ୍ପର୍କରେ ୧୫ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଜୟ ପରେ ଦାୟିତ୍ୱରେ ଥିବା ସବୁ ନେତା ପଦ୍ମପୁର ଯାଇ ଲୋକଙ୍କୁ ଧନ୍ୟବାଦ ଦେବାସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିବେ ବୋଲି ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଥିବା ବିଜେଡି ନେତାମାନେ କହିଛନ୍ତି।

Share Now:

Kalinga News Beuro

Next Post

ଜାପାନ ନିକଟ ଦ୍ଵୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କଲା ରୁଷ୍‌

Wed Dec 7 , 2022
ମସ୍କୋ: ଉତ୍ତରାଞ୍ଚଳ କୁରିଲ୍‌ ଦ୍ଵୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ସୂଚନାଯୋଗ୍ୟ, ଯୁଦ୍ଧ ପାଇଁ ଗୁରୁତ୍ତ୍ଵପୂର୍ଣ୍ଣ ଜାପାନ ଓ ରୁଷୀୟ କାମଚାତ୍‌କା ଉପଦ୍ଵୀପ ମଧ୍ୟରେ ଥିବା ଦ୍ଵୀପମାଳାରୁ କୁରିଲ୍‌ ଅନ୍ୟତମ। ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ସମୟରେ ଜାପାନଠାରୁ ସୋଭିଏତ୍‌ ସେନା ଜବତ କରିଥିବା ଏହି ଦ୍ଵୀପର ଦକ୍ଷିଣାଞ୍ଚଳ ରୁଷ୍‌ ଦଖଲରେ ରହିଛି। କିନ୍ତୁ, ଏହି ଦ୍ଵୀପ ଜାପାନର ଉତ୍ତର ସୀମାନ୍ତ […]
ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କଲା ରୁଷ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial