ଦିଲ୍ଲୀ ହିଂସା ପ୍ରତିବାଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ରାଜ୍ୟବ୍ୟାପୀ କଂଗ୍ରେସର ବିରୋଧ

ଭୁବନେଶ୍ୱର: ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ତାଙ୍କୁ ରାଜ୍ୟବ୍ୟାପୀ ବିରୋଧ କରିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀ ହିଂସାକାଣ୍ଡ ଲାଗି ଶାହାଙ୍କୁ ଦାୟୀ କରି ତାଙ୍କର ଓଡିଶା ଗସ୍ତକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା । ରାଜ୍ୟର ବିଭିନ୍ନ ସ୍ଥାନରେ ‘‌ଗୋ ବ୍ୟାକ୍ ଶାହା’ ପୋଷ୍ଟର ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି । ଗତକାଲି ଲୋକସେବା ଭବନରେ ଶାହା ବୈଠକ କରୁଥିବା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ କଂଗ୍ରେସ କର୍ମୀ ଶାହାଙ୍କ ଗସ୍ତକୁ ନେଇ ବିରୋଧ କରିଛନ୍ତି । ଭୁବନେଶ୍ୱର ସମେତ ବାଲେଶ୍ୱର, ମାଲକାନଗିରି, ରାୟଗଡା ଏବଂ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଶାହାଙ୍କ ଓଡିଶା ଗସ୍ତକୁ ବିରୋଧର ଚିତ୍ର । ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାହାଙ୍କ ଏହି ଗସ୍ତକୁ ବିରୋଧ କରାଯାଇଛି । ଶାହାଙ୍କ ବିରୋଧରେ ଜିଲ୍ଲା କଂଗ୍ରେସର ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ପ୍ରତିବାଦ ସଭା ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ପ୍ରତିବାଦ ରାଲିରେ ଭଦ୍ରକ ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ ଓ ନେତା ସାମିଲ ହୋଇ ଶାହାଙ୍କ ବିରୋଧରେ ନାରାବାଜି କରିଛନ୍ତି । ଦେଶର ଗୃହମନ୍ତ୍ରୀଙ୍କ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବୟାନକୁ ବିରୋଧ କରି ଭଦ୍ରକ କଂଗ୍ରେସ ଏହି ବିରୋଧ କରିଛି । ସେହିପରି ବାଲେଶ୍ୱରରେ ମଧ୍ୟ ଶାହାଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରାଯାଇଛି । ସେହିଭଳି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଆଠଗଡ଼ କଂଗ୍ରେସ ତରଫରୁ ପୁରୁଣା ବସଷ୍ଟାଣ୍ଡଠାରେ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଜାଇଛି । ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣାରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବି କରି କଂଗ୍ରେସ ତରଫରୁ ବିକ୍ଷୋଭ କରାଯାଇଛି। ରାୟଗଡାରେ ମଧ୍ୟ ଶାହାଙ୍କ ଓଡିଶା ଗସ୍ତ ନେଇ ବିରୋଧର ଚିତ୍ର ସାମ୍ନାକୁ ଆସିଛି । କଂଗ୍ରେସ୍ ପକ୍ଷରୁ ଶତାଧିକ କର୍ମୀ ଏସପି ଅଫିସ କାର୍ୟ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୁଜୁରାଟ୍ ଦଙ୍ଗା ପରି ଦିଲ୍ଲୀରେ ଯେଉଁ ଦଙ୍ଗା ଘଟିଲା ଓ ୩୮ ଜଣ ମୃତ୍ୟୁବରଣ କଲେ ସେଥିପାଇଁ ଗୃହ ମନ୍ତ୍ରୀ ଅମିତ୍ ଶାହା ହିଁ ଦାୟୀ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଅମିତ୍ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ସିଏଏ ଯୋଗୁଁ ଭାରତର ଜଣେ ହେଲେ ବି ମୁସଲମାନ ନାଗରିକତା ହରାଇବେ ନାହିଁ: ଅମିତ ଶାହା

Sat Feb 29 , 2020
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ସଭାରେ ଯୋଗ ଦେଇ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସିଏଏ ନାଗରିକତା ନେବାର ନୁହେଁ, ବରଂ ନାଗରିକତା ଦେବାର ଆଇନ୍‌। ଏହା ଦ୍ୱାରା ଜଣେ ହେଲେ ବି ସେମାନଙ୍କର ନାଗରିକତା ହରାଇବେ ନାହିଁ। ବି‌ଶେଷ କରି ଦେଶର ଜଣେ ହେଲେ ବି ମୁସଲମାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial