ଜାପାନ ନିକଟ ଦ୍ଵୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କଲା ରୁଷ୍‌

ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କଲା ରୁଷ୍‌

ମସ୍କୋ: ଉତ୍ତରାଞ୍ଚଳ କୁରିଲ୍‌ ଦ୍ଵୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ସୂଚନାଯୋଗ୍ୟ, ଯୁଦ୍ଧ ପାଇଁ ଗୁରୁତ୍ତ୍ଵପୂର୍ଣ୍ଣ ଜାପାନ ଓ ରୁଷୀୟ କାମଚାତ୍‌କା ଉପଦ୍ଵୀପ ମଧ୍ୟରେ ଥିବା ଦ୍ଵୀପମାଳାରୁ କୁରିଲ୍‌ ଅନ୍ୟତମ। ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ସମୟରେ ଜାପାନଠାରୁ ସୋଭିଏତ୍‌ ସେନା ଜବତ କରିଥିବା ଏହି ଦ୍ଵୀପର ଦକ୍ଷିଣାଞ୍ଚଳ ରୁଷ୍‌ ଦଖଲରେ ରହିଛି। କିନ୍ତୁ, ଏହି ଦ୍ଵୀପ ଜାପାନର ଉତ୍ତର ସୀମାନ୍ତ ଅନ୍ତର୍ଗତ ଅଞ୍ଚଳ ବୋଲି ଟୋକିଓ ଦାବି କରି ଆସୁଛି।
ସୋମବାର ଦିନ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୫୦୦ କିଲୋମିଟର୍‌ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର ସାମର୍ଥ୍ୟ ଥିବା ‘ଦି ରଷିଆନ୍‌ ବାଷ୍ଟିଅନ୍‌ ସିଷ୍ଟମ୍‌’ ପାରାମୁସିର୍‌ ଦ୍ଵୀପରେ ମୁତୟନ କରାଯାଇଛି। ଦ୍ଵୀପକୁ ଲାଗି ରହିଥିବା ଜଳାଞ୍ଚଳ ଓ ପ୍ରଣାଳୀ ଜୋନ୍‌ଗୁଡ଼ିକ ନିୟନ୍ତ୍ରଣ କରିବା ଲାଗି ‘ପେସିଫିକ୍‌ ଫ୍ଲିଟ୍‌’ର ଉପକୂଳବର୍ତ୍ତୀ ସୈନିକ ଅହର୍ନିଶ ନଜର ରଖିବେ।
କୁରିଲ୍‌ ପର୍ବତଶ୍ରେଣୀର କେନ୍ଦ୍ର‌ ଭାଗରେ ଥିବା ମତୁଆ ଦ୍ଵୀପରେ ‘ଦି ବାଷ୍ଟିଅନ୍‌ ସିଷ୍ଟମ୍‌’ ବସା ଯିବାର ପ୍ରାୟ ବର୍ଷକ ପରେ ଉପରୋକ୍ତ ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ମୁତୟନ କରାଯାଇଛି ବୋଲି ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଜାପାନର ମୁଖ୍ୟ କ୍ୟାବିନେଟ୍‌ ସଚିବ ହିରୋକାଜୁ ମାତସୁନୋ କହିଛନ୍ତି ଯେ, ସରକାର ରୁଷୀୟ ସାମରିକ କାର୍ଯ୍ୟକଳାପ ଉପରେ ତୀବ୍ର ଦୃଷ୍ଟି ରଖିବ। ଉଲ୍ଲେଖଯୋଗ୍ୟ, ‘ସ୍ୱତନ୍ତ୍ର ସାମରିକ ଅଭିଯାନ’ ନାଁରେ ମସ୍କୋ ୟୁକ୍ରେନ୍‌କୁ ହଜାର ହଜାର ସୈନ୍ୟ ପଠାଇବା ପରେ ରୁଷ୍‌ ଉପରେ ଆର୍ଥିକ କଟକଣା ଲାଗୁ କରିବା ନିମନ୍ତେ ଜାପାନ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସହିତ ସାମିଲ ହୋଇଛି। ଏଥିପାଇଁ ରୁଷ୍‌ ଜାପାନ ସହିତ କରିଥିବା ଶାନ୍ତି ରାଜିନାମା ଆଲୋଚନାରୁ ବିରତ ହୋଇଛି।

Share Now:

Kalinga News Beuro

Next Post

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବାତ୍ୟା ‘ମେଣ୍ଡସ୍‌’ : ‘ଏନ୍‌ଡିଆର୍‌ଏଫ୍‌’ ଓ ନୌସେନା ସଜାଗ

Wed Dec 7 , 2022
ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଗୋଟାଏ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେଉଥିବାରୁ ତାମିଲନାଡୁ, ଆନ୍ଧ୍ର‌ପ୍ରଦେଶ ଓ ପଡ୍ଡୁଚେରୀରେ ‘ଏନ୍‌ଡିଆର୍‌ଏଫ୍‌’ ଓ ନୌସେନାଙ୍କୁ ସଜାଗ ରହିବାକୁ ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଚେନ୍ନାଇର ଦକ୍ଷିଣପୂର୍ବକୁ ପ୍ରାୟ ୯୦୦ କିଲୋମିଟର୍‌ ଦୂର ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ପ୍ରାନ୍ତରେ ଲଘୁଚାପ କେନ୍ଦ୍ରୀଭୂତ ହେଉଛି। ଆଜି ସନ୍ଧ୍ୟାସୁଦ୍ଧା ଏହି ଲଘୁଚାପ ସାମୁଦ୍ରିକ ବାତ୍ୟା ‘ମେଣ୍ଡସ୍‌’ ପାଲଟିବାର ସମ୍ଭାବନା ଅଛି। ଆସନ୍ତାକାଲି ସକାଳ ସୁଦ୍ଧା ‘ମେଣ୍ଡସ୍‌’ […]
ବଙ୍ଗୋପସାଗରରେ ବାତ୍ୟା ‘ମେଣ୍ଡସ୍‌’

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial