ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବାତ୍ୟା ‘ମେଣ୍ଡସ୍‌’ : ‘ଏନ୍‌ଡିଆର୍‌ଏଫ୍‌’ ଓ ନୌସେନା ସଜାଗ

ବଙ୍ଗୋପସାଗରରେ ବାତ୍ୟା ‘ମେଣ୍ଡସ୍‌’

ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଗୋଟାଏ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେଉଥିବାରୁ ତାମିଲନାଡୁ, ଆନ୍ଧ୍ର‌ପ୍ରଦେଶ ଓ ପଡ୍ଡୁଚେରୀରେ ‘ଏନ୍‌ଡିଆର୍‌ଏଫ୍‌’ ଓ ନୌସେନାଙ୍କୁ ସଜାଗ ରହିବାକୁ ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଚେନ୍ନାଇର ଦକ୍ଷିଣପୂର୍ବକୁ ପ୍ରାୟ ୯୦୦ କିଲୋମିଟର୍‌ ଦୂର ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ପ୍ରାନ୍ତରେ ଲଘୁଚାପ କେନ୍ଦ୍ରୀଭୂତ ହେଉଛି। ଆଜି ସନ୍ଧ୍ୟାସୁଦ୍ଧା ଏହି ଲଘୁଚାପ ସାମୁଦ୍ରିକ ବାତ୍ୟା ‘ମେଣ୍ଡସ୍‌’ ପାଲଟିବାର ସମ୍ଭାବନା ଅଛି। ଆସନ୍ତାକାଲି ସକାଳ ସୁଦ୍ଧା ‘ମେଣ୍ଡସ୍‌’ ତାମିଲନାଡୁ, ପୁଡ୍ଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବାର ସମ୍ଭାବନା ଥିବାରୁ ‘ଏନ୍‌ଡିଆର୍‌ଏଫ୍‌’, ସେନା ଓ ନୌସେନାଙ୍କୁ ସଜାଗ ରଖାଯାଇଛି। ସାମୁଦ୍ରିକ ବାତ୍ୟା ‘ମେଣ୍ଡସ୍‌’ ପ୍ରଭାବରେ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ତାମିଲନାଡୁ ଓ ପୁଡ୍ଡୁଚେରୀର ଅଧିକାଂଶ ପ୍ରାନ୍ତରେ ବିଜୁଳି ଘଡ଼ଘଡ଼ି ସଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଛି। ‘ମେଣ୍ଡସ୍‌’ ବୋଲି ଏହି ସାମୁଦ୍ରିକ ବାତ୍ୟାର ନାମକରଣ କରିଛି ସଂଯୁକ୍ତ ଆରବ ଏମିରେଟ୍‌। ଆରବିକ୍‌ ଭାଷାର ଏହି ଶବ୍ଦର ଅର୍ଥ ‘ସିନ୍ଦୁକ’। ମୌସୁମୀ ପ୍ରବାହଜନିତ ବର୍ଷାଋତୁ ପରେ ଏହା ହେବ ବଙ୍ଗୋପସାଗରରେ ଦ୍ଵିତୀୟ ସାମୁଦ୍ରିକ ବାତ୍ୟା। ଏହା ପୂର୍ବରୁ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ସିତ୍ରାଙ୍ଗ୍‌’ ବାଂଲାଦେଶ ଉପକୂଳରେ ସ୍ଥଳଭାଗକୁ ପ୍ରବେଶ କରିଥିଲା।

Share Now:

Kalinga News Beuro

Next Post

ବିମୁଦ୍ରାୟନକୁ ବିରୋଧ କରି ଆଗତ ପିଟିସନ୍‌ର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

Wed Dec 7 , 2022
ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିବା ଲାଗି ୬ ବର୍ଷ ତଳେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଚାଲେଞ୍ଜ୍ କରି ଦାଏର ହୋଇଥିବା କେତେଗୁଡ଼ିଏ ପିଟିସନ୍‌ର ଶୁଣାଣି କରିବା ପରେ ଆଜି ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିବା ‘ଲାଇଭ୍‌ ଲ’ ରିପୋର୍ଟ କରିଛି। ବିଚାରପତି ଏସ୍‌. ଅବ୍ଦୁଲ୍‌ ନାଜୀର୍‌, ବି.ଆର୍‌. ଗୱାଇ, ଏ.ଏସ୍‌. ବୋପାନ୍ନା, ଭି. ରାମସୁବ୍ରମଣିୟାନ୍‌ ଏବଂ ବି. ଭି. ନାଗରତ୍ନାଙ୍କୁ […]
ବିମୁଦ୍ରାୟନକୁ ବିରୋଧ କରି ଆଗତ ପିଟିସନ୍‌ର ଶୁଣାଣି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial