ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା : କ୍ଷେପଣାସ୍ତ୍ର ସଜ୍ଜିତ ବୁଡ଼ାଜାହାଜ ପଠାଇଲା ଆମେରିକା

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା

ନୂଆଦିଲ୍ଲୀ : ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର କଳାବାଦଲ ଦେଖାଦେଇଛି। ଗୋଟିଏ ପଟେ ଇସ୍ରାଏଲ ଉପରେ ରକେଟ ମାଡ ପରେ ଏହି ଦେଶ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଇରାନ ସହ ଉତ୍ତେଜନା ବଢ଼ୁଥିବା ବେଳେ ଆମେରିକା ଉପସାଗରୀୟ ଅଞ୍ଚଳରେ ଏକ ପରମାଣୁ ଶକ୍ତି ସଂପନ୍ନ ତଥା କ୍ରୁଜ୍ କ୍ଷେପଣାସ୍ତ୍ରରେ ସଜ୍ଜିତ ବୁଡ଼ାଜାହାଜ (ମିସାଇଲ ସବମେରିନ) ମୁତୟନ କରିଛି। ୟୁଏସ୍ଏସ୍ ଫ୍ଲୋରିଡା ଏକ ପରମାଣୁ ଶକ୍ତି ସମ୍ପନ୍ନ ଜାହାଜ ଯାହା ୧୫୪ଟି ଟମାହକ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ। ଆମେରିକୀୟ ନୌସେନା ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ, ଶୁକ୍ରବାର ଦିନ ଏହା ଭୂମଧ୍ୟସାଗରରୁ ସୁଏଜ୍ କେନାଲ ଅତିକ୍ରମ କରିବା ଆରମ୍ଭ କରିଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବୁଡ଼ାଜାହାଜକୁ ଆମେରିକାର ପଞ୍ଚମ ନୌଭେଳା ଅଧିନରେ ମୁତୟନ କରାଯାଇଛି। ବାହାରିନରେ ଥିବା ଆମେରିକାର ନୌସେନା ଘାଟିରେ ଏହି ନୌଭେଳା ରହିଛି। ତେବେ ବାହାରିନ୍ ସ୍ଥିତ ଆମେରିକୀୟ ନୌସେନାର ମୁଖପାତ୍ର ଏହି ମିଶନ ସମ୍ପର୍କରେ ଅଧିକ ବିବରଣୀ ଦେବାକୁ ମନା କରିଦେଇଛନ୍ତି। ଗତ ମାସରେ ଆମେରିକା ସେନା ସିରିଆରେ ଇରାନ ସମର୍ଥିତ ଗୋଷ୍ଠୀ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାର ଜବାବରେ ଉତ୍ତର-ପୂର୍ବ ସିରିଆରେ ଥିବା ଆମେରିକାର ଏକ ସାମରିକ କେନ୍ଦ୍ର ଉପରେ ଇରାନ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Next Post

ବିଏମ୍‌ସିର ଫିସ‌ରି ପୋଖରୀ : ୮ କୋଟିରେ ହେଲାନି, ଏବେ ପୁଣି ୫ କୋଟି

Sat Apr 8 , 2023
ପୁନରୁଦ୍ଧାର ନାଁରେ ହରିଲୁଟ୍‌ ଚାଲିଛି ଭୁବନେଶ୍ବର: ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜଳାଶୟ ପୁନରୁଦ୍ଧାରକୁ ଗୁରୁତ୍ୱ ଦେଉଛି। ଜଳାଶୟ କିଭଳି ସୁରକ୍ଷିତ ରହିବ, ସେ ନେଇ ବିଭାଗରେ ସ୍ବତନ୍ତ୍ର ୟୁନିଟ୍‌ ଖୋଲାଯାଇ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଉଛି। ଏହାକୁ ନେଇ ବିଏମ୍‌ସି ମଧ୍ୟ ବେଶ୍‌ ତତ୍ପର। ଅଧିକାରୀମାନଙ୍କୁ ନେଇ ମେୟର, କମିସନର ବିଭିନ୍ନ ରାଜ୍ୟ ‘ଏକ୍ସପୋଜର ଭିଜିଟ୍‌’ରେ ଯାଇ ପୋଖରୀ ପୁନରୁଦ୍ଧାର କିଭଳି ହେଉଛି, ଦେଖୁଛନ୍ତି। […]
ବିଏମ୍‌ସିର ଫିସ‌ରି ପୋଖରୀ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial