ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ : ହାଇକୋର୍ଟରୁ ମିଳିଲା ଜାମିନ

କଟକ: ବହୁଚର୍ଚ୍ଚିତ ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି। ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି। ଇଡି ପକ୍ଷରୁ କରାଯାଇଥିବା ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ପୂର୍ବରୁ ସେ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା। ଏବେ ଇଡି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ମନି ଲଣ୍ଡରିଂର ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ନେଇ ଇଡିକୁ ପ୍ରମାଣ ମିଳିଥିଲା।

Share Now:

Kalinga News Beuro

Next Post

ଗ୍ୟାସ୍‌ ଟାଙ୍କି ଫାଟି ପୋଡ଼ିଗଲା ଦୋକାନ : ଅଳ୍ପକେ ବର୍ତ୍ତିଲେ ଲୋକେ

Mon Dec 4 , 2023
ଦଶରଥପୁର: ଗ୍ୟାସ୍‌ ଟାଙ୍କି ଫାଟି ପୋଡି ଗଲା ମିଠା ଦୋକାନ। ଅଳ୍ପକେ ବର୍ତ୍ତିଲେ ଦୋକାନୀ। ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ଅଫିସ ନିକଟରେ। ସୂଚନା ଅନୁସାରେ ଆଜି ସକାଳ ସମୟରେ ଅଭିରାମ ସାହୁ ମିଠା ପ୍ରସ୍ତୁତି କରିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ଲିକେଜ ହୋଇ ହଠାତ ଟାଙ୍କି ବିସ୍ଫୋରଣ ହୋଇଥିଲା। ଫଳରେ ଦୋକାନ ଘରର ଛପର ଉଡ଼ି ଯିବା ସହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial