ବଡ଼ଭାଇର ଶାବଳ ‌ଚୋଟରେ ସାନଭାଇ ମୃତ

ବଡ଼ଭାଇର ଶାବଳ ‌ଚୋଟରେ ସାନଭାଇ ମୃତ

ବୀରମିତ୍ରପୁର : ବୀରମିତ୍ରପୁର ଥାନା ଅନ୍ତର୍ଗତ ବାରାବାଶ ଗୌଡ଼ଟୋଲି ବସ୍ତିରେ ବଡଭାଇ ଶାବଳରେ ଆକ୍ରମଣ କରି ସାନଭାଇର ଜୀବନ ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାଇ ବାରାବାଶ ଗୌଡ଼ଟୋଲି ବସ୍ତିରେ ରହୁଥିବା ୩୦ ବର୍ଷୀୟ ବୁଧରାମ ମାଝୀ ଗତକାଲି ରାତିରେ ଘରେ ଶୋଇଥିଲେ। ରାତି ପ୍ରାୟ ୧୦ଟା ସମୟରେ ମୃତକ ବୁଧରାମଙ୍କର ୪୦ ବର୍ଷୀୟ ବଡ଼ଭାଇ ଶିବାଜୀ ମାଝୀ ମଦ ଧରି ଘରକୁ ଆସିଥିଲା ଏବଂ ସାନଭାଇ ବୁଧରାମ ସହିତ ମିଶି ମଦ୍ୟପାନ କରିଥିଲା।
ଦୁଇଭାଇ ମଦ ପିଉଥିବା ବେଳେ କୌଣସି କଥାକୁ ନେଇ ସେମାନଙ୍କ ଭିତରେ ବଚସା ହେବାରୁ ବଡ଼ଭାଇ ଶିବାଜୀ ରାଗିଯାଇ ଘରେ ଥିବା ଏକ ଶାବଳରେ ସାନଭାଇ ବୁଧରାମର ମୁଣ୍ଡରେ ପାହାର ପକେଇବାରୁ ବୁଧରାମ ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ହିଁ ବୁଧରାମଙ୍କ ମୃତ୍ୟୁ ଘଟିଥିଲା। ପାଟିତୁଣ୍ଡ ଶୁଣି ଘର ପାଖରେ ରହୁଥିବା ତାଙ୍କ ଦାଦପୁଅ ଭାଇ ପଦ୍ମନ ମାଝୀ ଆସିବାରୁ ତାଙ୍କ ଉପରେ ମଧ୍ୟ୍ୟ ଶିବାଜୀ ଆକ୍ରମଣ କରିଥିଲା। ହେଲେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିଲେ ପଦ୍ମନ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବୀରମିତ୍ରପୁର ଥାନା ଅଧିକାରୀ ମନୋଜ ମଞ୍ଜୁରୀ ନାଏକ ପୁଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ବୁଧରାମ ମାଝୀର ଶବକୁ ଜବତ କରିଥିଲେ। ଏଥିସହ ଅଭିଯୁକ୍ତ ବଡ଼ଭାଇ ଶିବାଜୀକୁ ବାରାବାଶ ଗୌଡ଼ଟୋଲି ବସ୍ତି ନିକଟରୁ ଗିରଫ କରି ଥାନାକୁ ଆଣି ପଚରାଉଚରା ଚଳାଇଛନ୍ତି।

Share Now:

Kalinga News Beuro

Next Post

ଏସ୍‌ସିବିରେ ହେବ ‘ଏଚ୍‌ଏଲ୍‌ଏ’ ମ୍ୟାଚିଂ ଲାବୋରେଟୋରି

Wed Apr 5 , 2023
କଟକ: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ କଟକ ବଡ଼ଡାକ୍ତରଖାନା ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିବ। ଏବେ କେବଳ କିଡ୍‌ନି ପ୍ରତିରୋପଣ ହେଉଥିବା ବେଳେ ଆଗକୁ ହାର୍ଟ, ଲିଭର, ଫୁସ୍‌ଫୁସ୍‌ ଏସ୍‌ସିବିରେ ପ୍ରତିରୋପଣ ନିମନ୍ତେ ଆବଶ୍ୟକ ଏଚ୍‌ଏଲ୍‌ଏ ମ୍ୟାଚିଂ ବ୍ୟବସ୍ଥା କରିବା ପାଇଁ ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସୁଦ୍ଧା କଟକ ବଡ଼ଡାକ୍ତରଖାନାରେ ଯେତିକି ବି ପ୍ରତିରୋପଣ ହୋଇଛି କ୍ରସ୍‌ ମ୍ୟାଚିଂ ବ୍ୟବସ୍ଥା ନଥିବାରୁ ପ୍ରତିରୋପଣ ପାଇଁ ଘରୋଇ ହସ୍ପିଟାଲ […]
ଏସ୍‌ସିବିରେ ହେବ ‘ଏଚ୍‌ଏଲ୍‌ଏ’ ମ୍ୟାଚିଂ ଲାବୋରେଟୋରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial