ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ: ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ ରବିବାର ସକାଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସୋନପୁର ଜିଲ୍ଲା ବିନିକା ସେତୁ ଛକ ନିକଟରେ ପୁର୍ବରୁ ଖବରପାଇ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉକ୍ତ ରାସ୍ତାରେ ଯାଉଥିବା ବିଡିଓଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ନିକଟରୁ ୩ ଲକ୍ଷ ୯୧ ହଜାର ୩ ଶହ ଟଙ୍କା ଜବତ କରିଥିବାର ଜଣାଯାଇଛି। ବିଜେପୁର ବିଡିଓ ୩ ଲକ୍ଷ ୫୧ ହଜାର୩ ଶହ ଟଙ୍କା ଏକ କାରରେ ଧରି ବିଡିଓ ଭୁବନେଶ୍ୱର ଯାଉଥିବାବେଳେ ଭିଜିଲାନ୍ସ ଧରିଥିବା ଜଣାଯାଇଛି। ଏହାପରେ ଭିଜିଲାନ୍ସ ଦଳ ବିଜେପୁର ଆସି ତାଙ୍କ ସରକାରୀ ବାସଭବନରେ ଚଢ଼ଉ ଜାରି ରଖିଛନ୍ତି।

Share Now:

Kalinga News Beuro

Next Post

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବାତିଲ୍‌ ହେଲା ଆନ୍ତର୍ଜାତିକ ବିମାନ ଚଳାଚଳ

Sun Aug 29 , 2021
ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ପରିସ୍ଥିତି ହେତୁ ନିୟମିତ ଚଳାଚଳ ପାଇଁ ନିର୍ଦ୍ଧାରିତ ହୋଇଥିବା ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧାଦେଶକୁ ରବିବାର ଦିନ କେନ୍ଦ୍ର ସରକାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍ ସିଭିଲ୍‌ ଆଭିଏସନ୍‌’ଦ୍ବାରା (ଡିଜିସିଏ) ଜାରି ଏହି ସଦ୍ୟତମ ‘ସର୍କ୍ୟୁଲାର୍‌’ କିନ୍ତୁ, ‘ରେଗୁଲେଟର୍‌’ଙ୍କଦ୍ବାରା ଅନୁମୋଦିତ ଆନ୍ତର୍ଜାତିକ ପଣ୍ୟବାହୀ ବିମାନ ଚଳାଚଳ ପୂର୍ବ ଭଳି ଚାଲୁ ରଖିବାକୁ ଅନୁମତି ଦେଇଛି। ‘ଡିଜିସିଏ’ ଆହୁରି ମଧ୍ୟ କହିଛି […]
ବାତିଲ୍‌ ହେଲା ଆନ୍ତର୍ଜାତିକ ବିମାନ ଚଳାଚଳ

ଆହୁରି ପଢ଼ନ୍ତୁ