ସାମ୍ବାଦିକ ବୃତ୍ତିରେ କଳଙ୍କ ଲଗାଇଲେ ଅଣସାମ୍ବାଦିକ

Fraud in Journalism

ଭୁୁବନେଶ୍ୱର : ‘ମୋତେ ଯେତେ ମାଠିବୁ ମାଠ’ ବାରମ୍ବାର ସମାଲୋଚିତ ହେଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତ ବିଶେଷ ସାମ୍ବାଦିକ ବୃତ୍ତିରେ କଳଙ୍କ ଲଗାଇବାକୁ ପଛାଉ ନାହାନ୍ତି ଯାହା ଫଳରେ ସମାଜ ସେବା ଭଳି ସାମ୍ବାଦିକତା ବୃତ୍ତିରେ କଳଙ୍କ ଲାଗିବା ସହ ଜନ ସାଧାରଣଙ୍କ ଆସ୍ଥା ହରାଇବାରେ ଲାଗିଛ ସାମ୍ବାଦିକତା ବୃତ୍ତି। କିଛି ପଥଭ୍ରଷ୍ଟ୍ର ବ୍ୟକ୍ତିଙ୍କ ଯୋଗୁଁ ସାମ୍ବାଦିକତାକୁ ସମାଜ ସେବା ଭାବରେ ଗ୍ରହଣ କରିଥିବା ସାମ୍ବାଦିକ ମାନେ ବିନା ଦୋଷରେ ସମାଜରେ ଲାଂଛିତ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଉଛି ସାମ୍ବାଦିକତା କରିନଥିବା କିଛି ୱେବପୋର୍ଟାଲର ମାଲିକ ଅନେକ ଗୁଡିଏ ଅସାମାଜିକ ଲୋକଙ୍କୁ ନିଜର ସାମ୍ବାଦିକ କହି ପରିଚୟ ପତ୍ର ଦେଉଛନ୍ତି ଯାହାକି ସୂଂର୍ଣ୍ଣ ଭାବେ ନିୟମ ବିରୋଧ। ଭାରତ ସରାକରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ମାର୍ଗ ଦର୍ଶିକାକୁ ମଧ୍ୟ କିଛି ପୋର୍ଟାଲ ମାଲିକ ଅନୁସରଣ କରୁ ନାହାନ୍ତି।
ନିକଟରେ ଏଭଳି ଏକ ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ଏହି ଜିଳ୍ଲାର ଆସ୍କା ବ୍ଳକ ଓ ଗାଙ୍ଗପୁର ଥାନା ଅଧୀନ ବାଲିସିରା ପଞ୍ଚାୟତ ଲଣ୍ଡା ଜୁଆଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷମ ସୁମନ ବାଡତ୍ୟାଙ୍କୁ ଧମକ ଦେଇ ୧୮,୫୦୦ ଟଙ୍କା ଦାଦାବଟି ମାଗୁଥିବା ଅଭିଯୋଗରେ ଅଭିଯୁକ୍ତ କ୍ଷୀରୋଦ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଡିଛି। ତାଙ୍କ ବିରୋଧରେ ଥାନା କେସ ନମ୍ବର ୪୨୦ରେ ଆଇିସିର ଦଫା ୪୧୯/୪୨୦/୧୮୫/୪୫୧/୩୮୭/୮୦୬ ଓ ୩୪ ଦଫା ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ଜଣାଡିଛିି। ଏଠାରେ ସୂଚନାଯୋଗ୍ୟ ଯେ ଅଭିଯୁକ୍ତ କ୍ଷୀରୋଦ ନିଜକୁ ଏକ ୱେବ ପୋର୍ଟାଲର ସାମ୍ବାଦିକ କହି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଧମକାଉଥିଲେ। ଏ ସଂପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି ପୋର୍ଟାଲର ସାମ୍ବାଦିକ କହି ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଧମକାଉଥିଲେ। ଏହି ଘଟଣାରେ ଅନ୍ୟ ୪ଜଣ ୱେବ ସାମ୍ବାଦିକ ମଧ୍ୟ ଜଡିତ ଥିବା ଏତଲାରେ ଦର୍ଶାଯାଇଛି। ଏଭଳି ଘଟଣାକୁ ଓଡିଶା ଡିଜିଟାଲ ମିଡିଆ ଆସୋସିଏସନ ସଭାପତି ତୃଷାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ର, ଉପ-ସଭାପତି ସୁନୀଲ କୁମାର ଦେ, ଭୁବନେଶ୍ୱର ଜିଲ୍ଲା ଡିଜିଟାଲ ମିଟିଆ ଆସୋସିଏଶନ ସଭାପତି ସୁକାନ୍ତ ମହାନ୍ତି ପ୍ରମୁଖ ନିନ୍ଦା କରିବା ସହ ସାମ୍ବାଦିକ ବୃତ୍ତିରେ କଳଙ୍କ ଲଗାଉଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ପୋଲିସ କଠୋର ମନୋଭାବ ପୋଷଣ କରୁ ବୋଲି ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଫିକା ପଡ଼ିବ କି ପୂଜା ମାହୋଲ : ଅକ୍ଟୋବାର ୧ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

Wed Sep 28 , 2022
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଏବଂ ଏହାର ଆଖପାଖ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବସ୍ଥିତ ରହିବା ସହ ସମୁଦ୍ର ପତନଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୧ରେ ଉତ୍ତର-ପୂର୍ବ ଏବଂ ଏହାର ଆଖପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ […]
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial