ପୂର୍ବତନ କୁଳପତିଙ୍କୁ ନୃଶଂସ ହତ୍ୟା : ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ

ପୂର୍ବତନ କୁଳପତିଙ୍କୁ ନୃଶଂସ ହତ୍ୟା

ଝାରସୁଗୁଡ଼ା : ପୂର୍ବତନ କୁଳପତିଙ୍କୁ ହତ୍ୟା। ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ। ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ସମଲେଶ୍ଵରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ଧ୍ରୁବରାଜଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସୂଚନା ଅନୁସାରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ୧୦୦ ଟଙ୍କା ମାଗିଥିଲେ ଆକ୍ରମଣକାରୀ। ତେବେ ଟଙ୍କା ଦେବାକୁ ମନା କରିଦେବାରୁ ଅତର୍କିତ ଆକ୍ରମଣ କରିଥିଲେ। ୧୦୦ ଟଙ୍କା ପାଇଁ ହତ୍ୟା ହୋଇଥିବା ସୂଚନା ଦେଲେ ଧ୍ରୁବରାଜଙ୍କ ଭାଇ। ବର୍ତ୍ତମାନ ଆକ୍ରମଣକାରୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍।

Share Now:

Kalinga News Beuro

Next Post

ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌

Sun Jun 27 , 2021
ଏସ୍‌ଆ‌ଇବି କଲୋନି, ରୁଦ୍ରପୁର ବେହେରା ସାହି ଓ କେଶରୀ ପ୍ଲାଜା ଉପରେ ନଜର ଭୁବନେଶ୍ବର : ସଂକ୍ରମଣ ବଢ଼ିବାରୁ ଶନିବାର ୱାର୍ଡ ନମ୍ବର ୩୬ ଅନ୍ତର୍ଗତ ୟୁନିଟ୍‌-୫ସ୍ଥିତ ସବ୍‌ସିଡିଆରି ଇଣ୍ଟେଲିଜେନ୍ସ ବ୍ୟୁରୋ (ଏସ୍‌ଆଇବି) କଲୋନି, ୱାର୍ଡ ନଂ-୪ ସ୍ଥିତ ରୁଦ୍ରପୁର ବେହେରା ସାହି ଓ ଡେଲ୍‌ଟା ଛକ ନିକଟସ୍ଥ କେଶରୀ ପ୍ଲାଜାକୁ ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ଆଇବି କଲୋନିରେ ଥିବା ୫ଟି […]
ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial