ମାଫିଆ ଡନ୍ ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ

ବାରଣାସୀ: ଜାଲ୍ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ ହୋଇଛି। ବାରଣାସୀର ଏମପି-ଏମଏଲଏ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବୁଧବାର ଏହାର ଦଣ୍ଡାଦେଶ ଶୁଣାଯିବ। ଏହି ଜାଲ୍ ବନ୍ଧୁକ ଲାଇସେନ୍ସ ମାମଲାଟି ୩୬ ବର୍ଷ ପୁରୁଣା। ମୁଖତାର ଅନସାରୀ ତତକାଳୀନ ଜିଲ୍ଲାପା​ଳ ଓ ଏସପିଙ୍କ ଦସ୍ତଖତକୁ ଜାଲ କରି ବନ୍ଧୁକ ଲାଇସେନ୍ସ ହାସଲ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ମାଫିଆ ମୁକ୍ତାର ଅନସାରୀକୁ ଭିଡିଓ କନଫରେନ୍ସିଂ ଜରିଆରେ ବଣ୍ଡା ଜେଲରୁ ହାଜର କରାଯାଇଥିଲା।
ଗତ ଫେବୃଆରୀ ୨୭ ତାରିଖରେ ସ୍ୱତନ୍ତ୍ର ବିଚାରପତି ଅବନୀଶ କୁମାର ଗୌତମଙ୍କ ଅଦାଲତରେ ଶେଷ ଶୁଣାଣି ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷର ଯୁକ୍ତି ଶେଷ ହୋଇଥିଲା। ଏହାପରେ କୋର୍ଟ ମାର୍ଚ୍ଚ ୧୨ରେ ରାୟ ଶୁଣାଇବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଆଜି କୋର୍ଟ ମୁଖତାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି। ଡିସେମ୍ବର ୪, ୧୯୯୦ରେ ମହମ୍ମଦାବାଦ ଥାନାରେ ତତ୍କାଳୀନ ଉପଜିଲ୍ଲାପାଳ ମୁଖତାର ଅନସାରୀ ଏବଂ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଶୁଣାଣି ସମୟରେ ଗୌରୀଶଙ୍କର ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବତନ ସିଏସ୍ ଆଲୋକ ରଞ୍ଜନ ଓ ପୂର୍ବତନ ଡିଜିପି ଦେବରାଜ ନାଗର ମଧ୍ୟ ଏହି ମାମଲାରେ ବୟାନ ରେକର୍ଡ କରିଥିଲେ।

Share Now:

Kalinga News Beuro

Next Post

ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ଼ ଆନ୍ଦୋଳନ : ୫୫ ୱାର୍ଡ ପ୍ରଭାବିତ

Tue Mar 12 , 2024
ସଫେଇକର୍ମୀ-ମେୟର ଆଲୋଚନା ବିଫଳ ଭୁବନେଶ୍ୱର: ଭୁବନେଶ୍ୱର ୮୦ ପ୍ରତିଶତ ରାସ୍ତାରେ ଆଜି ଝାଡ଼ୁ ବାଜିଲାନି। ଅଳିଆ ସେମିତି ପଡ଼ି ରହିଲା। ୧୫ ହଜାର ଟଙ୍କା ମାସିକ ପାରିଶ୍ରମିକ ଦାବି କରି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଆଜି ଭୁବନେଶ୍ୱରରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ହଜାର ହଜାର କର୍ମଚାରୀ କାମ ଛାଡ଼ି ବିଭିନ୍ନ ୱାର୍ଡରୁ ଶୋଭାଯାତ୍ରାରେ ଆସି ରାଜମହଲ ଫ୍ଲାଏ ଓଭରବ୍ରିଜ୍‌ ତଳେ ଏକାଠି ହୋଇଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial