ଜଙ୍ଗଲୀ ବାରହା ଶିକାର କରି ୩ ଗିରଫ

ବାରହା ଶିକାର କରି ୩ ଗିରଫ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଗୁପ୍ତଗଙ୍ଗା ଗ୍ରାମରେ ଆଜି ବାରହା ଶିକାର କରି ମାଂସ ବିକୁଥିବା ବେଳେ ବନ ବିଭାଗ ଟିମ ଚଢ଼ାଉ କରି ଅଧା କେଜି ମାଂସ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁପ୍ତଗଙ୍ଗା ଗ୍ରାମର ଜୟଦେବ ଜୁଆଙ୍ଗ, ସାଧବ ଜୁଆଙ୍ଗ, ନିଶାକାର ଜୁଆଙ୍ଗ ଗାଁ ନିକଟସ୍ଥ ଜଙ୍ଗଲରେ ଫାସ ପକାଇ ବାରହା ଶିକାର କରି ବାରହା ମାଂସକୁ ଗାଁରେ ବିକ୍ରି କରୁଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ବିଜେପି ରେଞ୍ଜର ମାନସ କୁମାର ମୁର୍ମୁ,ବନପାଳ ଶରତ ପଟ୍ଟନାୟକ, ଶିବ ନାରାୟଣ ଦେବ, ବନରକ୍ଷୀ ସରୋଜ ନାଏକ, ସନ୍ତୋଷ ବେହେରା ଓ କାଞ୍ଜିପାଣି ପୁଲିସ ପହଞ୍ଚି ୩ ଶିକାରୀଙ୍କୁ ମାଡ଼ି ବସିଥିଲେ। ଶିକାରୀମାନେ ସବୁ ମାଂସ ବିକ୍ରି କରି ସାରି ଦେଇଥିବା ବେଳେ ପାଖରେ ଥିବା ଅଧ କେଜି ମାଂସ ଓ ଟାଙ୍ଗିଆ, ଫାର୍ସା, ଏକ କାଠ ଖୁଣ୍ଟଲିକୁ ଜବତ କରିଛି ବନ ବିଭାଗ ଟିମ୍। ଏନେଇ ଏକ ମାମଲା ରୁଜୁ କରି ୩ ଶିକାରୀଙ୍କୁ କୋର୍ଟଚାଲାଣ କରାଯିବା ସହ ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ରେଞ୍ଜର ମାନସ କୁମାର ମୁର୍ମୁ କହିଛନ୍ତି।

Share Now:

Kalinga News Beuro

Next Post

୨୦୨୦ ମସିହା ପାଇଁ ସାହିତ୍ୟିକା ଯଶୋଧାରା ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Tue Aug 24 , 2021
ନୂଆଦିଲ୍ଲୀ: ଓଡ଼ିଆ ସାହିତ୍ୟର ଜଣାଶୁଣା ସାହିତ୍ୟିକା ଯଶୋଧାରା ମିଶ୍ରଙ୍କୁ ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ। ଯଶୋଧାରଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଯଶୋଧାରାଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କା ଦିଆଯିବ। ସୂଚନା ମୁତାବକ ଯଶୋଧାରାଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ଜୁରୀ ମେମ୍ବରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ସର୍ବାଧିକ ସମର୍ଥନ ପାଇଥିଲା। […]
ସାହିତ୍ୟିକା ଯଶୋଧାରା ମିଶ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial