ପତ୍ନୀଙ୍କ କିଡନି ବିକ୍ରି ଅଭିଯୋଗରେ ସ୍ବାମୀ ଗିରଫ

ପତ୍ନୀଙ୍କ କିଡନି ବିକ୍ରି ଅଭିଯୋଗରେ ସ୍ବାମୀ ଗିରଫ

ମାଲକାନଗିରି: ପତ୍ନୀଙ୍କ କିଡନି ବିକ୍ରି କରି ଟଙ୍କା ହଡ଼ପ କରିଥିବା ସ୍ୱାମୀଙ୍କୁ ପୁଲିସ ଶେଷରେ ଗିରଫ କରିଛି। ମାଲକାନଗିରି ଥାନା ଅନ୍ତର୍ଗତ କୋତାମେଟା ଗ୍ରାମର ପ୍ରଶାନ୍ତ କୁଣ୍ଡୁ ରଂଜିତା କୁଣ୍ଡୁଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଦୁହିଁଙ୍କ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ। କିନ୍ତୁ ପ୍ରଶାନ୍ତ ସବୁବେଳେ ଯୌତୁକ ପାଇଁ ପତ୍ନୀଙ୍କୁ ମାରଧର କରିବା ସହ ନିର୍ଯାତନା ଦେଉଥିଲେ। ଶେଷରେ କିଡନି ବିକ୍ରି କରି ଟଙ୍କା ଦେବାକୁ ବାଧ୍ୟ କରି ଜବରଦସ୍ତ କିଡନି ବିକ୍ରି କରି ଟଙ୍କାକୁ ଆତ୍ମସାତ କରିଥିଲା। ଏନେଇ ମାଲକାନଗିରି ଥାନାରେ ପତ୍ନୀ ଏତଲା ଦେଇଥିଲେ। ପୁଲିସ ଏତଲାକୁ ଭିତ୍ତି କରି ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share Now:

Kalinga News Beuro

Next Post

ପିମ୍ପୁଡ଼ି ଆତଙ୍କ ପାଇଁ ଗାଁ’ ଛାଡ଼ିବେ ଲୋକେ : ପ୍ରତିକାର ପାଇଁ ପ୍ରଶାସନକୁ ଅନୁରୋଧ

Sun Sep 4 , 2022
ପିପିଲି : ପିପିଲି ବ୍ଲକ୍‌ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣସାହିରେ ଗତ ଦୁଇମାସ ହେବ ବିଷାକ୍ତ ପିମ୍ପୁଡ଼ି ଆତଙ୍କ ଦେଖାଦେଇଛି। ସ୍ଥାନୀୟ କେନାଲ ବନ୍ଧ ନିକଟରୁ ଗାଁ’ ଆଡ଼କୁ ମାଡ଼ି ଆସୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ବିଷାକ୍ତ ପିମ୍ପୁଡ଼ି। ଗାଁ’ ସାରା ନାଲି ରଙ୍ଗର ପିମ୍ପୁଡ଼ି ଛାଇଯିବା ସହ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ଏହି ପିମ୍ପୁଡ଼ି ଆକ୍ରମଣରେ ଅତିଷ୍ଠ ହୋଇ କୁମୁଦ ଦାଶଙ୍କ ପରିବାର ଗାଁ ଛାଡ଼ିଛନ୍ତି ବୋଲି ଅଭିଯୋଗ […]
ପିମ୍ପୁଡ଼ି ଆତଙ୍କ

ଆହୁରି ପଢ଼ନ୍ତୁ