୧୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ : ଜଣେ ଗିରଫ

୧୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ରାଉରକେଲା: ସ୍ଥାନୀୟ ଉଦିତନଗର ପୁଲିସ ଆଜି ଭୋର୍‌ରୁ ୧୬ .୭୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିବା ସହିତ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ବାବୁ ସିଂହ (୫୦)। ସୂଚନା ଅନୁସାରେ ଉଦିତନଗର ପୁଲିସ ପାଟ୍ରୋଲିଂ କରୁଥିଲା ବେଳେ ବେର୍ଜାପାଲି ଅଞ୍ଚଳରେ ଏକ ରୁପେଲି ରଂଗର କାର(ଓଡି ୧୪ ଏବି ୧୨୩୯) ମାଧ୍ୟମରେ ବ୍ରାଉନସୁଗାର ଚାଲାଣ କରାଯାଉଥିବା ନେଇ ସନ୍ଦେହ କରିଥିଲା। ପୁଲିସ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୬.୭୫୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ମିଳିଥିଲା। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୧୬ ଲକ୍ଷ ୭୫ ହଜାର ଟଙ୍କା ହେବ। ପୁଲିସ ବ୍ରାଉନ୍‌ସୁଗାର ଚାଲାଣ ଅଭିଯୋଗରେ ବାବୁ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଏକ ମାମଲା ରୁଜୁ କରିଛି।

Share Now:

Kalinga News Beuro

Next Post

ଓଡ଼ିଶା ଡ୍ରାଇଭର୍ ମହାସଂଘର ଆନ୍ଦୋଳନ : ଦଣ୍ଡବତ କରିକି ରାଜଧାନୀରେ ପହଞ୍ଚିଲେ ଗାଡ଼ିଚାଳକ

Tue Nov 8 , 2022
ଭୁବନେଶ୍ୱର: ଆଜି ପୁଣି ରାଜଧାନୀରେ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏଥିଲାଗି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ଶହଶହ ଗାଡ଼ି ଚାଳକ। ୧୧ ଦଫା ଦାବିରେ ଆନ୍ଦୋଳନରତ ଚାଳକମାନେ ଆଜି ଦଣ୍ଡବତ କରିକି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏନେଇ ରାଜଧାନୀରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ନବୀନନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା […]
ଓଡ଼ିଶା ଡ୍ରାଇଭର୍ ମହାସଂଘର ଆନ୍ଦୋଳନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial