ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା : ଅଭିଯୁକ୍ତ ଥାନାରେ ଅଟକ

ରାଉରକେଲା: ଗତକାଲି ବେଦବ୍ୟାସ ଆଇଡିସି ମାରେଙ୍ଗପିଢ଼ି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଞ୍ଚଳ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ନାବାଳିକାଙ୍କ ଘର ଲହୁଣୀପଡା ଅଞ୍ଚଳରେ। ସେ ତାଙ୍କ ପରିବାର ସହ ମାରେଙ୍ଗପିଢ଼ିର ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲେ। ଯୁବକଜଣକ ନାବାଳିକାଙ୍କୁ ଲୋଭ ଦେଖାଇ ଘରଠୁ ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ବ୍ରାହ୍ମଣୀତରଙ୍ଗ ପୁଲିସ ଅଭିଯୁକ୍ତ ଯୁବକ ଥାନାରେ ଅଟକ ରଖିଛି। ଏହି ସମ୍ବେଦନଶୀଳ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।

Share Now:

Kalinga News Beuro

Next Post

ଟ୍ୟାକ୍ସିୱେକୁ ଯାଇପାରିଲା ନାହିଁ ଇଣ୍ଡିଗୋ ବିମାନ : ୧୫ ମିନିଟ ଅବରୋଧ ହୋଇ ରହିଲା ରନ୍‌ୱେ

Sun Feb 11 , 2024
ନୂଆଦିଲ୍ଲୀ: ଅମୃତସରରୁ ଦିଲ୍ଲୀ ଅଭିମୁଖେ ଆସି ଆଜି ସକାଳେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ଏକ ଇଣ୍ଡିଗୋ ବିମାନ ଟ୍ୟାକ୍ସିୱେକୁ ଯାଇ ନ ପାରିବାରୁ ରନ୍‌ୱେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅବରୋଧ ହୋଇ ରହିଲା ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ଇଣ୍ଡିଗୋ ବିମାନ ‘ଏ୩୨୦’ ବିମାନଟି ୧୮/୧୦ ରନ୍‌ୱେର ଶେଷ ପ୍ରାନ୍ତରେ ଅଟକି ଯିବାରୁ ଏଭଳି ଅସୁବିଧା ସୃଷ୍ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial