ବିଲ୍‌କିସ୍‌ ବାନୋ ମାମଲା : ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ୩ ଦୋଷୀ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ରଦ୍ଦ କରି ଦେଇଥିଲେ। ଏବେ ବିଲକିସ୍ ବାନୋ ମାମଲାରେ ତିନିଜଣ ଦୋଷୀ ସୁପ୍ରିମକୋର୍ଟରେ ସେମାନଙ୍କ ଆତ୍ମସମର୍ପଣ ସମୟସୀମାକୁ ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଗୋବିନ୍ଦଭାଇ ନିଜ ଯାଚିକାରେ ତାଙ୍କ ୮୮ ବର୍ଷୀୟ ପିତା ଏବଂ ୭୫ ବର୍ଷୀୟା ମାଆଙ୍କର ଦେଖାଶୁଣା କରିବାକୁ ସେ ଏକମାତ୍ର ତଦାରଖକାରୀ ବୋଲି ଦର୍ଶାଇଛନ୍ତି। ଅନ୍ୟ ଜଣେ ଦୋଷୀ ରମେଶ ରୂପାଭାଇ ଚନ୍ଦନା ନିଜ ପୁଅର ବାହାଘର ଆୟୋଜନ ପାଇଁ ସମୟ ଆବଶ୍ୟକ ବୋଲି ଦର୍ଶାଇ ସମୟ ମାଗିଛନ୍ତି। ତୃତୀୟ ଦୋଷୀ ମିତେଶ ଚିମାନଲାଲ ଯାଚିକାରେ ଦର୍ଶାଇଛନ୍ତି ଯେ ଶୀତକାଳୀନ ଅମଳ ପାଇଁ ତାଙ୍କର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସେ ଆତ୍ମସମର୍ପଣ କରିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରିବାକୁ ଚାହୁଁଛନ୍ତି।

Share Now:

Kalinga News Beuro

Next Post

ନଦୀରୁ ଉଦ୍ଧାର ହେଲା ଡଲଫିନ : ପୋଖରୀରେ ଛାଡ଼ିଲେ ଗାଁ ଲୋକ

Thu Jan 18 , 2024
ବସ୍ତା: ନଦୀରୁ ଉଦ୍ଧାର ହେଲା ଡଲଫିନ। ପୋଖରୀରେ ଛାଡ଼ିଲେ ଗାଁ ଲୋକ। ଡଲଫିନକୁ ନଦୀରୁ ଉଦ୍ଧାର କରିବା ପରେ କାନ୍ଧରେ ଧରି ଗାଁଦାଣ୍ଡରେ ବୁଲିଲେ। ପରେ ଗାଁ ଲୋକେ ନଳବାର ଗାଁ ମଠ ପୋଖରୀରେ ଡଲଫିନକୁ ଛାଡ଼ି ଦେଇଥିଲେ। ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial