ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ଯୁବକକୁ ୭ ବର୍ଷ ଜେଲ୍‌ ସହ ୧୧ ହଜାର ଟଙ୍କା ଜରିମାନା

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା

ବାଲେଶ୍ବର: ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଆଜି ଏକ ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ କରିଛନ୍ତି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀକୁ ୭ ବର୍ଷ ଜେଲ୍‌ଦଣ୍ତ ସହ ୧୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲଦଣ୍ତ ଭୋଗିବାକୁ କୋର୍ଟ ରାୟ ଶୁଣାଇଛନ୍ତି। ୨୦୧୬ ମସିହା ନଭେମ୍ବର ମାସ ୬ ତାରିଖରେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ବସ୍ତା ଥାନା ଅଞ୍ଚଳର ଈଶ୍ବର ବେହେରା(୩୩) ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିଥିଲା। ଏ ବାବଦରେ କାହାକୁ ଜଣାଇଲେ ଦୁଷ୍କର୍ମ ଭିଡିଓ ଭାଇରାଲ କରିଦେବା ସହ ଜୀବନରୁ ମାରିଦେବାକୁ ଯୁବକ ଜଣକ ନାବାଳିକାଙ୍କୁ ଧମକ୍‌ ଦେଇଥିଲା। ଏ ନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୬୨୮/୧୬ ନଂ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଈଶ୍ବରକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୋକ୍‌ସୋ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବାବେଳେ ଆଜି ପୂର୍ବାହ୍ନରେ ବିଚାରପତି ଶ୍ରୀ ମହାନ୍ତି ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୩୪୧, ୩୭୬(୧) ଓ ୫୦୬ ‌ପୋକ୍‌ସୋ ଧାରାରେ ଦଣ୍ଡବିଧାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପ୍ରଣବ କୁମାର ପଣ୍ତା ମାମଲା ପରିଚାଳନା କରୁଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ପ୍ରତୀକ ସିଂଙ୍କ ନୂଆ ଇଂନିସ

Sat Apr 30 , 2022
ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଆଇପିଏସ୍‌ ପ୍ରତୀକ ସିଂ ଭୁବନେଶ୍ବରର ଡିସିପି ଦାୟିତ୍ବ ନେବାକୁ ଯାଉଛନ୍ତି। ଗତକାଲି ଆଇପିଏସ୍‌ସ୍ତରରେ ହୋଇଥିବା ଅଦଳବଦଳ ପ୍ରକ୍ରିୟାରେ ତାଙ୍କୁ ଏହି ପଦବି ଦାୟିତ୍ବ ମିଳିଛି। କନ୍ଧମାଳ, ମାଲକାନଗିରି ଭଳି ମାଓପ୍ରବଣ ଅଞ୍ଚଳରେ ଏସ୍‌ପି ଭାବେ ଦକ୍ଷତାର ସହ କାମ କରିଥିବା ପ୍ରତୀକ ବ୍ରହ୍ମପୁର ଏସ୍‌ପି ଦାୟିତ୍ବ ମଧ୍ୟ ସୂଚାରୁରୂପେ ତୁଲାଇଥିଲେ। ଗତ ଦୁଇ ବର୍ଷ ହେଲା ସେ କଟକ ଡିସିପି ଭାବେ କାମ କରିଛନ୍ତି। ଏବେ […]
ରାଜଧାନୀରେ ପ୍ରତୀକ ସିଂଙ୍କ ନୂଆ ଇଂନିସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial