ଏମ୍ସରୁ ଗିରଫ ହେଲେ ଦଲାଲ: ୧୨ଜଣଙ୍କୁ ଥାନାକୁ ଉଠାଇ ଆଣିଲା ପୁଲିସ

ଏମ୍ସରୁ ଗିରଫ ହେଲେ ଦଲାଲ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଟିକେଟ ଦଲାଲ କରୁଥିବା ଅଭିଯୋଗରେ ଏହି ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ। ଏମାନେ ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ। ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ୱେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ହଜାର ଟଙ୍କାରେ ବିକୁଥିଲେ ବୋଲି ଜଣାଯାଇଥିଲା। ଏନେଇ ଖଣ୍ଡଗିରି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଧରପଗଡ଼ ଜାରି ରହିଛି। ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିବ ନୂଆ କବାଟ : ୧୫ ଦିନ ବନ୍ଦ ରହିବ ସିଂହଦ୍ୱାର,ଉତ୍ତରଦ୍ୱାର ପଟେ ଯିବେ ଭକ୍ତ

Fri Nov 4 , 2022
ପୁରୁଣା ଭୁବନେଶ୍ୱର : ପଞ୍ଚୁକ ପରେ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ନୂଆ କବାଟ ଖଞ୍ଜାଯିବା କାମ ଚାଲିବ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିଂହଦ୍ୱାରକୁ ୧୫ ଦିନ ପାଇଁ ପୂରା ବନ୍ଦ ରଖାଯିବ। ତେଣୁ ସେବାୟତସମୂହ ଓ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ପାଇଁ ମନ୍ଦିରର ଉତ୍ତରଦ୍ୱାର ଖୋଲାରହିବ। ଏନେଇ ମନ୍ଦିର ପ୍ରଶାସନ ସମେତ ବିଭିନ୍ନ ନିଯୋଗକୁ ଏଏସ୍‌ଆଇ […]
ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିବ ନୂଆ କବାଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial