ରାଜ୍ୟରେ ୩ ଦିନ ବିକ୍ଷିପ୍ତ ବର୍ଷା, ପୁଣି ବଢ଼ିବ ତାତି

ଭୁବନେଶ୍ୱର: ଆଗାମୀ ୩ ଦିନ ଧରି ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୧୮ ଏବଂ ୧୯ ତାରିଖରେ କିଛି ସ୍ଥାନରେ ଯେପରିକି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିବ। ୧୮ ତାରିଖରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ,ନୂଆପଡ଼ା ଆଦି ସ୍ଥାନରେ ଗ୍ରୀଷ୍ମପ୍ରବାହ ରହିପାରେ। ୧୯ରେ ଏହି ଜିଲ୍ଲାଗୁଡ଼ିକ ସହ ବୌଦ୍ଧ ଏବଂ ସୋନପୁରରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୩୭ରୁ ୩୮ ହେବାର ସମ୍ଭାବନା ଥିବା ବେଳେ ଅପରାହ୍ନରେ ବର୍ଷା ହୋଇପାରେ।
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଆହୁରି କହିଛନ୍ତି,୨ୟ ପର୍ଯ୍ୟାୟ ନିର୍ବାଚନରେ ରହିବ ଗ୍ରୀଷ୍ମ ପ୍ରବାହର ପ୍ରଭାବ। ନିର୍ବାଚନ ହେବାକୁ ଥିବା କିଛି ଜିଲ୍ଲାରେ ରହିବ ଗ୍ରୀଷ୍ମ ପ୍ରବାହ। ବଲାଙ୍ଗୀର, ବରଗଡ଼ ଆଦି ଜିଲ୍ଲାରେ ରହିପାରେ ଗ୍ରୀଷ୍ମ ଲହରୀ। ଏହି ଜାଗାରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା ଠାରୁ ଅଧିକ ରହିପାରେ। ଏହା ସହ ଅପରାହ୍ନ ପରେ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି। ତେଣୁ ପିକ ଆୱାର୍ ପୂର୍ବରୁ ଭୋଟ ଦେବାକୁ ପରାମର୍ଶ ଦିଆଯାଇଛି। ଏହା ସହ ଦିନ ୧୧ଟାରୁ ରୁ ୩ଟା ଭିତରେ ଭୋଟ ଦେବାକୁ ଯାଉଥିଲେ ଛତା ,ପାଣି ବୋତଲ ଭଳି ଆବଶ୍ୟକ ଜିନିଷ ନେଇ ଯିବାକୁ ପରାମର୍ଶ ଦିଆଯାଇଛି।

Share Now:

Kalinga News Beuro

Next Post

ସ୍କାଉଟସ୍ ଓ ଗାଇଡସ୍ ଦେଶର ଭବିଷ୍ୟତ : ରାଜ୍ୟପାଳ

Wed May 15 , 2024
ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ରାଜ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହାଯ୍ୟ ମନୋଭାବ, ଦକ୍ଷତା ବୃଦ୍ଧି ଓ ନିଜ ମଧ୍ୟରେ ଆଜୀବନ ବନ୍ଧୁତା ସ୍ଥାପନ ହେଉଛି ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ସମୟରେ ଏହି ସବୁର ଯଥେଷ୍ଟ ମହତ୍ତ୍ୱ ରହିଛି। ସ୍କାଉଟସ୍ ଓ ଗାଇଡସ୍ ଦେଶର ଭବିଷ୍ୟତ। ୨୦୪୭ ମସିହା ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତିରେ ବିକଶିତ ଭାରତ ଗଠନରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial