ନୂଆପଡ଼ାରେ ପୁଣି ମାଓ ବ୍ୟାନର : ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଚ୍ୟାଲେଞ୍ଜ କଲେ ମାଓବାଦୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କିଛି ମାସ ବ୍ୟବଧାନ ପରେ ପୁଣି ମାଓବାଦୀମାନେ ଖୁଲମଖୁଲା ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଚ୍ୟାଲେଞ୍ଜ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ଗତରାତ୍ରିରେ ନୂଆପଡ଼ା ଥାନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠରୁ ମାତ୍ର ୭କିମି ଦୂର ସାରାବଙ୍ଗ ଗାଁର ୪ଟି ସ୍ଥାନରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ସୂଚନାଥାଉ ଯେ ଡିସେମ୍ବର ୨ତାରିଖ ରୁ ୮ ତାରିଖ ଯାଏ ମାଓବାଦୀମାନେ ପିଏଲଜି ସପ୍ତାହ ପାଳନ କରୁଥିବା ବେଳେ ଲାଲ ବ୍ୟାନର ଉପରେ ଧଳା ଅକ୍ଷରରେ ହିନ୍ଦୀ ଭାଷାରେ ଲେଖାଯାଇଛି। ଲାଞ୍ଜିମାର ଓ ସାରାବଙ୍ଗ ସ୍ଥିତ କେନାଲ ନିକଟରେ ମାଓବାଦୀଙ୍କ ଦ୍ଵାରା ମାଓ ବ୍ୟାନର ଲଗାଯାଇଛି। ସାରାବଙ୍ଗ ଗାଁର ଶିବ ମନ୍ଦିର କାନ୍ଥ, ଶ୍ୟାମସୁନ୍ଦର କମ୍ପ୍ଲେକ୍ସ ଏବଂ ମଦଭାଟି ଛକରେ ଗୋଟିଏ ଗୋଟିଏ ଲେଖାଏଁ ମାଓ ବ୍ୟାନର ଲାଗିଥିବା ନେଇ ଗ୍ରାମବାସୀ ଦେଖିଥିବା କହିଛନ୍ତି।
ସାରାବଙ୍ଗ ଗାଁ ରେ ମାଓ ବ୍ୟାନର ଲାଗିଥିବା ନେଇ ଚର୍ଚ୍ଚା ହେବାପରେ ନୂଆପଡ଼ା ଥାନା ଅଧିକାରୀ ଖବର ପାଇ ପୁଲିସ ଟିମ ପହଞ୍ଚି ବିଭିନ୍ନ ସ୍ଥାନରୁ ମାଓ ବ୍ୟାନର ଜବତ କରିଥିବା ଜଣାପଡିଛି। ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀମାନେ ଅଭୟାରଣ୍ୟ ରେ ରହିଥିବା ନେଇ ଚର୍ଚ୍ଚା ହେଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ ଦମନ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୟାମ୍ପ ଖୋଲି ପୁଲିସ ନିୟୋଜିତ କରି ମାଓବାଦୀଙ୍କ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତଥାପି ମାଓବାଦୀମାନେ ନିଜର ଜୀବନକୁ ବାଜି ଲଗାଇ ଜଙ୍ଗଲ ଛାଡ଼ି ସହର ଭିତରକୁ ଆସି ବ୍ୟାନର ଲଗାଇ ପୁଲିସକୁ ଏକ ବଡ଼ ଚ୍ୟାଲେଞ୍ଜ କରୁଛନ୍ତି ବୋଲି ଜିଲାରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ନୂଆପଡ଼ା ପୁଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

Share Now:

Kalinga News Beuro

Next Post

ସୂର୍ଯ୍ୟକୁ ଦେଖିଲା ‘ଆଦିତ୍ୟ-ଏଲ୍‌୧’ : ଭାରତୀୟ ସୌରଯାନର ଦ୍ଵିତୀୟ ଉପକରଣ ସକ୍ରିୟ କଲା ‘ଇସ୍ରୋ’

Sat Dec 2 , 2023
ବେଙ୍ଗାଲୁରୁ: ଆଜି ‘ଇସ୍ରୋ’ ଭାରତୀୟ ସୌରଯାନ ‘ଆଦିତ୍ୟ-ଏଲ୍‌୧’ର ଦ୍ଵିତୀୟ ଉପକରଣ ‘ଆଦିତ୍ୟ ସୋଲାର୍‌ ୱିଣ୍ଡ୍‌ ପାର୍ଟିକ୍ଲ୍‌ ଏକ୍ସପେରିମେଣ୍ଟ୍‌’କୁ (ଏଏସ୍‌ପିଇଏକ୍ସ୍‌) ସକ୍ରିୟ କରିବା ପରେ ତାହା କାର୍ଯ୍ୟକ୍ଷମ ହୋଇଥିବା କଥା ସୂଚନା ଦେଇଛି। ଏବେ ‘ଆଦିତ୍ୟ-ଏଲ୍‌୧’ ରହସ୍ୟମୟ ସୌର ପବନ ଉପରେ ଧ୍ୟାନନିବେଶ କରିଛି ବା ସୂର୍ଯ୍ୟକୁ ଦେଖିପାରିଛି। ‘ଏଏସ୍‌ପିଇଏକ୍ସ୍‌’ ପ୍ଲେଲୋଡ୍‌ରେ ‘ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌ ସ୍ପେକ୍ଟୋମିଟର୍‌ (ସ୍ବିସ୍‌) ଓ ‘ସୁପ୍ରାଥର୍ମାଲ୍‌ ଆଣ୍ଡ୍‌ ଏନର୍ଜେଟିକ୍‌ ପାର୍ଟିକ୍ଲ ସ୍ପେକ୍ଟୋମିଟର୍‌’ (ଷ୍ଟେପ୍‌ସ୍‌) ସମେତ ଅତ୍ୟାଧୁନିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial