୩୦ ଲିଟର ଦେଶୀ-ବିଦେଶୀ ମଦ ଜବତ : ୨ ଅଭିଯୁକ୍ତ ଗିରଫ

ଦେଶୀ-ବିଦେଶୀ ମଦ ଜବତ

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଶିତିଲିଖଲିଆ ଓ କପିଆ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ଜବତ୍ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। କୌଣସି ସୁତ୍ରରୁ ଖବର ପାଇଁ ସିନାପାଲି ଅବକାରୀ ବିଭାଗ ସବ୍ଇନ୍ସପେକ୍ଟର ଗଦାଧର ମହାରଣାଙ୍କ ନେତୃତ୍ବରେ ଏକ ଟିମ ଶିତିଲିଖଲିଆ ଓ କପିଆ ଗ୍ରାମରେ ଚଢ଼ାଉ କରିଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଶିତିଲିଖଲିଆ ଗ୍ରାମର ଗୋଲାପି ଭୋଇ (୩୩) ଓ କପିଆ ଗ୍ରାମର ଦୁଲଜାନି (୫୫)। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୧୫ ଲିଟର ମହୁଲି ରନ୍ଧା ମଦ, ୧୫ଲିଟର ୮ଶହ ବିଦେଶୀ ମଦ ଜବତ କରିଥିବା ବେଳେ ୬୦ କିଲୋ ମହୁଲି ପୋଚ ନଷ୍ଟ କରାଯାଇଛି। ଚଢ଼ାଉ ସମୟରେ ଶ୍ରୀ ମହାରଣା, ସିନାପାଲି ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସିନାପାଲି ଲକ୍ଷ୍ମଣ ମାଝି, ଇନିସପେକ୍ଟର ଇରାବତୀ ହାତି, ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସିନାପାଲି ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋଟ୍ ଚାଲାଣ କରିଥିବା ଅବକାରୀ ବିଭାଗରୁ ସୂଚନା ମିଲିଛି।

Share Now:

Kalinga News Beuro

Next Post

କାଉଡିଆଙ୍କ ବୋଲବମ୍ ଯାତ୍ରା ବନ୍ଦ କରିବାକୁ ଆଇଏମଏର ସୁପାରିଶ

Tue Jul 13 , 2021
ନୂଆଦିଲ୍ଲୀ: ଶ୍ରାବଣ ମାସରେ କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇବାକୁ ଆଇଏମଏର ସୁପାରିଶ। କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ ଜଳଲାଗି ଉପରେ ରୋକ ଲଗାଇବାକୁ ପଡିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛି ଭାରତୀୟ ମେଡିକାଲ ସଂଘ- ଆଇଏମଏ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସଂଘ କହିଛି ଯେ, ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଥିବାରୁ ଭିଡକୁ ନିୟନ୍ତ୍ରଣ କରିବା ଜରୁରୀ। […]
ବୋଲବମ୍ ଯାତ୍ରା ବନ୍ଦ କରିବାକୁ ଆଇଏମଏର ସୁପାରିଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial