ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ କିରାଣୀ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ କିରାଣୀ

ନୟାଗଡ଼: ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସରକାରୀ କର୍ମଚାରୀ। ନୟାଗଡ଼ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର କନିଷ୍ଠ ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଶିକ୍ଷକଙ୍କଠାରୁ ୪୮ ହଜାର ଲାଞ୍ଚ ଟଙ୍କା ନେବାବେଳେ ସେ ଧରାପଡ଼ିଛନ୍ତି। ୧୬୧ ଜଣ ଶିକ୍ଷକଙ୍କ ପରମାନେଣ୍ଟ ରିଟାୟାରମେଣ୍ଟ ଆକାଉଣ୍ଟ ନମ୍ବର (ପିଆରଏଏନ) ଖୋଲି ଦେବା ପାଇଁ ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ର ଲାଞ୍ଚ ମାଗିଥିଲେ। ଶିକ୍ଷକଙ୍କ ପିଛା ୩୦୦ ଟଙ୍କା ଦେବାକୁ ସେ କହିଥିଲେ। ଲାଞ୍ଚ ନ ଦେଲେ କାମ ହେବ ନାହିଁ ବୋଲି କହିଥିଲେ।
ଶିଖରପୁର ହାଇସ୍କୁଲର ଶିକ୍ଷୟିତ୍ରୀ ମୈତ୍ରୀ ଆଚାର୍ଯ୍ୟ ଏ ନେଇ ନୟାଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସର ଯୋଜନା ମୁତାବକ ମୈତ୍ରୀ ଆଚାର୍ଯ୍ୟ ଆଜି ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଟଙ୍କା ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଧରାଯାଇଥିଲା।ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ଗିରଫ କରିବା ପରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ତାଙ୍କ ସରକାରୀ ବାସଭବନ ସମେତ ମୋଟ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Share Now:

Kalinga News Beuro

Next Post

ଜ୍ଞାନବାପି ମସଜିଦ ମଧ୍ୟରେ ଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ସର୍ଭେ ହେବ : ଆହ୍ଲାବାଦ ହାଇକୋର୍ଟ

Fri May 12 , 2023
ପ୍ରୟାଗରାଜ : ବାରାଣାସୀର ବିବାଦୀୟ ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ହିନ୍ଦୁ ପକ୍ଷକୁ ବଡ଼ ବିଜୟ ମିଳିଛି। ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି। କାର୍ବନ ଡେଟିଂ ମାଧ୍ୟମରେ କଥିତ ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ଯାହା ଉପରେ ହାଇକୋର୍ଟ ଆଜି ରାୟ ଦେଇଛନ୍ତି। ଆହ୍ଲାବାଦ […]
ଜ୍ଞାନବାପି ମସଜିଦ ମଧ୍ୟରେ ଥିବା ‘ଶିବଲିଙ୍ଗ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial