ଜ୍ଞାନବାପି ମସଜିଦ ମଧ୍ୟରେ ଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ସର୍ଭେ ହେବ : ଆହ୍ଲାବାଦ ହାଇକୋର୍ଟ

ଜ୍ଞାନବାପି ମସଜିଦ ମଧ୍ୟରେ ଥିବା ‘ଶିବଲିଙ୍ଗ’

ପ୍ରୟାଗରାଜ : ବାରାଣାସୀର ବିବାଦୀୟ ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ହିନ୍ଦୁ ପକ୍ଷକୁ ବଡ଼ ବିଜୟ ମିଳିଛି। ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି। କାର୍ବନ ଡେଟିଂ ମାଧ୍ୟମରେ କଥିତ ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ଯାହା ଉପରେ ହାଇକୋର୍ଟ ଆଜି ରାୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏଏସ୍ଆଇକୁ ଶିବଲିଙ୍ଗକୁ କ୍ଷତି ନପହଞ୍ଚାଇ ଏହି ସର୍ଭେ କରିବାକୁ ପଡ଼ିବ। ବୈଜ୍ଞାନିକ ସର୍ବେକ୍ଷଣ ଜରିଆରେ ଯାହାକୁ ଶିବଲିଙ୍ଗ ବୋଲି ଦାବି କରାଯାଉଛି ତାହା ବାସ୍ତବରେ ଶିବଲିଙ୍ଗ ନା ଅନ୍ୟ କିଛି ତାହା ସହଜରେ ଜଣାପଡ଼ିବ। ଏଥିସହ ‘ଶିବଲିଙ୍ଗ’ର ବୟସ କେତେ ତାହା ମଧ୍ୟ ଜଣାପଡ଼ିବ। ଜ୍ଞାନବାପି ମସଜିଦରେ ପୂଜା ଅଧିକାର ଦାବି କରୁଥିବା ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ବୈଜ୍ଞାନିକ ସର୍ବେକ୍ଷଣ ଜରିଆରେ ଜଣାପଡ଼ିବ ଯେ କଥିତ ଶିବଲିଙ୍ଗର ବୟସ କେତେ, ଏହା ପ୍ରକୃତରେ ଶିବଲିଙ୍ଗ ନା ଅନ୍ୟ କିଛି।
ଏହାପୂର୍ବରୁ ଜ୍ଞାନବାପି ମସଜିଦ ଭିତରେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଏହାକୁ କ୍ଷତି ପହଞ୍ଚାଇପାରିବ କି ନାହିଁ ତାହା ସ୍ପଷ୍ଟ କରିବାକୁ ଆହ୍ଲାବାଦ ହାଇକୋର୍ଟ ଏଏସ୍ଆଇକୁ କହିଥିଲେ। ଯାହା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ଗତକାଲି ଏକ ସିଲ୍ ଲଫାଫାରେ ରିପୋର୍ଟ ଦାଖଲ କରିଥିଲା। ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୧୪ତାରିଖରେ ବାରାଣସୀ ଅଦାଲତ ଜ୍ଞାନବାପି ମସଜିଦ୍ ଭିତରେ ମିଳିଥିବା ଶିବଲିଙ୍ଗ ଭଳି ଏକ କୋଠାର ବୈଜ୍ଞାନିକ ପରୀକ୍ଷା ପାଇଁ ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ।

Share Now:

Kalinga News Beuro

Next Post

ଅସ୍ତିତ୍ୱ ହରାଉଛି ଐତିହ୍ୟ : ଶିଶୁପାଳଗଡ଼ ଗଡ଼ଖାଇ କାଟି ରାସ୍ତା କରିଦେଲେ, ଅନ୍ଧ ସାଜିଛି ପ୍ରଶାସନ

Fri May 12 , 2023
ଭୁବନେଶ୍ୱର: ସଂରକ୍ଷିତ ଐତିହ୍ୟ ଶିଶୁପାଳଗଡ଼ର ଗଡ଼ଖାଇକୁ କାଟି ରାସ୍ତା କରିଦେଲେ। ଅନେକ ଜାଗାରେ ବିନାନୁମତିରେ ଘର ବି କଲେ। ମୁଖ୍ୟ ରାସ୍ତା ସହ ଏହି ଘରସବୁକୁ ସଂଯୋଗ କରିବା ପାଇଁ ଗଡ଼ଖାଇକୁ ମଝିରୁ କାଟିଦେଲେ। ଲୁଚାଛପା କିମ୍ବା ରାତି ଅଧରେ ନୁହେଁ, ବରଂ ସ୍ପଷ୍ଟ ଦିବାଲୋକରେ ଏଭଳି କାମ ହେଲା। ହେଲେ କାହାକୁ ଦିଶିଲାନି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ) ପାଖରେ ଖବର ନାହିଁ। ପୁଲିସ କହିଛି ଆମର କିଛି ଭୂମିକା […]
ଶିଶୁପାଳଗଡ଼ ଗଡ଼ଖାଇ କାଟି ରାସ୍ତା କରିଦେଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial