୧୦ ଲକ୍ଷକୁ ବଢିପାରେ ଆୟୁଷ୍ମାନ ଭାରତ ବୀମାରାଶି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି। ମୋଦି ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ଏହି ବୀମା ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସୂତ୍ରରୁ ପ୍ରକାଶ ଯେ ବୀମାରାଶି ୧୦ ଲକ୍ଷକୁ ବୃଦ୍ଧି ବ୍ୟତିତ ହିତାଧିକାରୀ ସଂଖ୍ୟା ୧୦୦ କୋଟି ବ୍ୟକ୍ତିଙ୍କୁ ବୃଦ୍ଧି କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଏହା ଫଳରେ ସରକାରଙ୍କ ଉପରେ ପ୍ରତିବର୍ଷ ଅତିରିକ୍ତ ୧୨,୦୭୬ କୋଟି ଟଙ୍କାର ବ୍ୟୟଭାର ପଡ଼ିବ। କ୍ୟାନସର ଓ ପ୍ରତିରୋପଣ ଭଳି ଜଟିଳ ରୋଗ ପାଇଁ ଯେପରିକି ଲୋକମାନେ ଅଧିକ ଖର୍ଚ୍ଚ କରିପାରିବେ ସେଥିପାଇଁ ସରକାର ନିଜର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ବୀମା ସୁରକ୍ଷାକୁ ଦୁଇଗୁଣା କରି ୧୦ ଲକ୍ଷ ଟଙ୍କା କରିବା ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି। ଫେବୃଆରୀ ପହିଲାରେ ଅନ୍ତରୀଣ କେନ୍ଦ୍ର ବଜେଟରେ ଏ ନେଇ ଘୋଷଣା ହେବାର ସମ୍ଭାବନା ରହିଛି। ବଜେଟରେ ଘୋଷଣା ହେବା ପରେ ବର୍ଦ୍ଧିତ ବୀମା ରାଶି ୨୦୨୪-୨୫ ଆର୍ଥିକ ବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି। ଆଗରୁ ସାଧାରଣ ନିର୍ବାଚନ ଥିବାବେଳେ ଆୟୁଷ୍ମାନ ଭାରତ ଯୋଜନାର ବୀମାରାଶି ବଢାଇ ସରକାର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି।

Share Now:

Kalinga News Beuro

Next Post

କପ୍ତିପଦା ବିଡିଓଙ୍କ ଘରୁ ଚୋରି : ଲୁଟର ଦୃଶ୍ୟ ସିସିଟିଭିରେ କଏଦ

Wed Jan 17 , 2024
କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଡିଓଙ୍କ ଘରକୁ ବି ଛାଡ଼ିଲେନି ଲୁଟେରା। ରାତି ଅଧରେ କପ୍ତିପଦା ବିଡିଓ ସିଦ୍ଧେଶ୍ୱର ନାଏକଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ବିଡିଓ ତାଙ୍କ ପରିବାର ସହ ଭୁବନେଶ୍ୱର ଆସିଥିବାବେଳେ ଏହା ଜାଣି ଲୁଟ୍ କରିଥିଲେ ଲୁଟେରା। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରି କରିଥିଲେ। ଲକ୍ଷାଧିକ ନଗଦ ଟଙ୍କା ଓ ଦାମୀ ସାମଗ୍ରୀ ସବୁ ଲୁଟି ନେଇଛନ୍ତି ଲୁଟେରା। ଲୁଟର ଦୃଶ୍ୟ ସିସିଟିଭିରେ କଏଦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial