ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା: ଝିଅଙ୍କ ବିବାହ ସମୟରେ ୫୧ ହଜାର ଟଙ୍କା ଦେବେ ସରକାର

ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

ଚଣ୍ଡୀଗଡ଼: ପଞ୍ଜାବ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ରୁ ନିର୍ମାଣ ଶ୍ରମିକଙ୍କ ଝିଅର ବିବାହ ସମୟରେ ୫୧ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ପଞ୍ଜାବ ସରକାର ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ୩୧ ହଜାର ଟଙ୍କା ଦେଉଥିବାବେଳେ ୨୦ ହଜାର ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଆଉ ଏହା ପରେ ଏବେ ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ସରକାର ସମୁଦାୟ ୫୧ ହଜାର ଟଙ୍କା ଦେବେ। ଏହା ବ୍ୟତୀତ ଯେଉଁ ନିର୍ମାଣ ଶ୍ରମିକମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନଙ୍କୁ ମଧ୍ୟ ୧୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ସହାୟତା ପାଇବାକୁ ଆବେଦନ କରିବା ପ୍ରକ୍ରିୟାକୁ ମଧ୍ୟ ସରଳ କରାଯାଇଛି। ବିବାହ ଅର୍ଥରାଶି ପାଇବାକୁ ହେଲେ ଯେ କୌଣସି ଧାର୍ମିକ ଅନୁଷ୍ଠାନ, ଗୁରୁଦ୍ୱାର, ମନ୍ଦିର ଏବଂ ଚର୍ଚ୍ଚ ଦ୍ୱାରା ଜାରି ହୋଇଥିବା ବିବାହ ପ୍ରମାଣପତ୍ରକୁ ସ୍ୱୀକୃତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ସେହିପରି ନୂଆ ନିୟମ ମୁତାବକ ବିବାହ ପୂର୍ବରୁ ଜଣେ ଚାହିଁଲେ ୫୦ ପ୍ରତିଶତ ଅର୍ଥରାଶି ଆଗୁଆ ନେଇପାରିବେ। ସେହିପରି ଅବଶିଷ୍ଟ ରାଶି ବିବାହ ପ୍ରମାଣପତ୍ର ଦାଖଲ ପରେ ମିଳିବ। ସେହିପରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟିଲେ ପଞ୍ଜିକୃତ ନ ହୋଇଥିଲେ ବି ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।

Share Now:

Kalinga News Beuro

Next Post

କୋଣାର୍କରେ ରଥଯାତ୍ରା: ସାମିଲ ହେଲେ ଶତାଧିକ ପର୍ଯ୍ୟଟକ

Sat Jan 23 , 2021
ସୂର୍ଯ୍ୟମନ୍ଦିରକୁ ପ୍ରବେଶଶୁଳ୍କ ଛାଡ଼ ଯୋଗୁ ପ୍ରବଳ ଭିଡ଼, ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା କୋଣାର୍କ: ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପାରିକ ରୀତିନୀତି ଅନୁଯାୟୀ ଅର୍କକ୍ଷେତ୍ରରେ ପ୍ରାଚୀନ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି। ଅବଧୁତ ମଠର ମଠାଧିଶ ଆଦିତ୍ୟଚରଣ ଦାଶ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମାକୁ ରଥାରୁଢ଼ କରାଇବା ପରେ ରଥଟଣା ଆରମ୍ଭ ହୋଇଥିଲା। ଜୟ ସୂର୍ଯ୍ୟନାରାୟଣ ନାରା ଦେଇ ସହସ୍ରାଧିକ […]
କୋଣାର୍କରେ ରଥଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial