ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ

୧୧ ବିଧାୟକ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ

ହାଇଦ୍ରାବାଦ: ବିଧାନସଭା ନିର୍ବାଚନରେ ଦଳର ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଅନୁମୁଲା ରେବନ୍ତ ରେଡ୍ଡୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦସ୍ଥିତ ‘ଲାଲ୍‌ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌’ରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟାରାଜନ ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନା ରାଜ୍ୟର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ପରେ ତାଙ୍କର କ୍ୟାବିନେଟ୍‌ ସଦସ୍ୟ ବା ମନ୍ତ୍ରୀ ଭାବେ ଆଉ ୧୧ଜଣ ବିଧାୟକ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କ ଓ ପୂର୍ବତନ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଏନ୍‌. ଉତ୍ତମ କୁମାର ରେଡ୍ଡୀ। କ୍ୟାବିନେଟ୍‌ରେ ଯୋଗ ଦେଇଥିବା ଆଉ ୯ଜଣ ହେଉଛନ୍ତି, ଶ୍ରୀଧର ବାବୁ, ପନ୍ନମ ପ୍ରଭାକର, କୋମାତିରେଡ୍ଡୀ ଭେଙ୍କଟ ରେଡ୍ଡୀ, ଦାମୋଦର୍‌ ରାଜନରସିଂହ, ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ଡନା ଅନସୂୟା, ତୁମ୍ମଲା ନାଗେଶ୍ୱର ରାଓ, କୋଣ୍ଡା ସୁରେଖା ଓ ଜୁପାଲ୍ଲୀ କୃଷ୍ଣା ରାଓ।
ଆଜିର ଏହି ଶପଥ ଗ୍ରହଣ ସମାରୋହରେ ଗାନ୍ଧୀ ପରିବାରରୁ ସୋନିଆ ଗାନ୍ଧୀ, ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ ଦେଇଥିଲେ। ଏହାଛଡ଼ା, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର। ଶପଥ ଗ୍ରହଣ କରିବା ପୂର୍ବରୁ ରେବନ୍ତ ରେଡ୍ଡୀ ଓ ସୋନିଆ ଗାନ୍ଧୀ ଷ୍ଟାଡିୟମ୍‌ ମଧ୍ୟରେ ଖୋଲା ଗାଡ଼ିରେ ‘ଭିକ୍ଟ୍ରି ଲାପ୍‌’ ବା ବିଜୟ ପରିକ୍ରମା କରିଥିଲେ।

Share Now:

Kalinga News Beuro

Next Post

କତର ମାମଲାରେ ମୋଦୀଙ୍କ ହସ୍ତକ୍ଷେପ : ମୃତ୍ୟୁଦଣ୍ଡ ପାଇଥିବା ପୂର୍ବତନ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

Thu Dec 7 , 2023
ନୂଆଦିଲ୍ଲୀ: କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀମାନେ ଭେଟିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଆବେଦନ ପରେ ଏହି ମାମଲାରେ କୋର୍ଟରେ ଏପର୍ଯ୍ୟନ୍ତ ଦୁଇଟି ଶୁଣାଣି ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କତାରରେ ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial