ଆଜିଠାରୁ ବାୟୁସେନାରେ ସାମିଲ ହେଲା ଲଢୁଆ ବିମାନ ରାଫେଲ

ବାୟୁସେନାରେ ସାମିଲ ହେଲା ରାଫେଲ-1

ସର୍ବ ଧର୍ମ ପୂଜା ଶେଷ କଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ପୁରୋହିତ

ଅମ୍ବାଲା: ଭାରତୀୟ ବାୟୁସେନା ପାଇଁ ଆଜି ଏକ ଐତିହାସିକ ଦିନ। ଆଜିର ଦିନରେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ଲଢ଼ୁଆ ବିମାନ ରାଫେଲ। ଏବେ ଶତ୍ରୁଙ୍କ ଆଖିରେ ଆଖି ମିଳାଇ ସେମାନଙ୍କୁ ଜବାବ ଦେବ ଭାରତ। ଆଜି ଅମ୍ୱାଲା ଏୟାରବେସରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ୫ଟି ଲଢ଼ୁଆ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲିଙ୍କ ସହ ସିଡିଏସ ବିପିନ୍ ରାୱତ ଏବଂ ଭାରତୀୟ ବାୟୁସେନାର ମୁଖ୍ୟ ଆର.କେ.ଏସ୍ ଭଦୋରିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନିିଜର ବକ୍ତବ୍ୟ ରଖି ଆଇଏଏଫ୍ ମୁଖ୍ୟ ଆର.କେ.ଏସ୍ ଭଦୋରିଆ କହିଛନ୍ତି ଯେ, “ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନାରେ ରାଫେଲକୁ ସାମିଲ କରିବା ଦ୍ୱାରା ଶତ୍ରୁକୁ କଡ଼ା ଜବାବ ମିଳିପାରିବ। ରାଫେଲ ଯେକୌଣସି ସ୍ଥାନରେ ଏବଂ ଯେତେବେଳେ ବି ନିୟୋଜିତ ହେବ ସେ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବ।” ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ରାଫେଲ ଜେଟ ଭାରତୀୟ ବାୟୁସେନାରେ ସାମିଲ ହେବା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କର ଶକ୍ତି ଦର୍ଶାଉଛି। ବର୍ତ୍ତମାନର ସୁରକ୍ଷା ପରିସ୍ଥିତିରେ ରାଫେଲ ଜେଟ ଭାରତକୁ ସାହାଯ୍ୟ କରିବ। ଏହା ଭାରତର ପ୍ରତିରକ୍ଷା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ। ଘରୋଇ ପ୍ରତିରକ୍ଷା ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଆମେ ଫ୍ରାନ୍ସକୁ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ ଆମନ୍ତ୍ରଣ କରୁଛୁ। ପ୍ରତିରକ୍ଷା ଏବଂ ପ୍ରତିରକ୍ଷା କରିଡରରେ ୭୪% ଏଫଡିଆଇ ଅନୁମତି ଦିଆଯାଇଛି। ଆଶା କରୁଛି ଫ୍ରାନ୍ସ ଏହି ପଦକ୍ଷେପର ଲାଭ ଉଠାଇବ। ସ୍କର୍ପିନ୍ ଏବଂ ରାଫେଲ୍ ଆମର ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିଛି ବୋଲି ସେ କହିଛନ୍ତି।

ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି କହିଛନ୍ତି ଯେ, “କୋଭିଡ -୧୯ ମହାମାରୀ ସତ୍ତ୍ବେ ମୁଁ ଭାରତରେ ଥିବାରୁ ଅତ୍ୟନ୍ତ ଆନନ୍ଦିତ ଅଟେ। ଏହା ଭାରତ ଏବଂ ଫ୍ରାନ୍ସ ପାଇଁ ଏକ ଚମତ୍କାର ସଫଳତା। ଏଠାରେ ରହିବା ଏକ ଗୌରବର ବିଷୟ। ରାଫେଲର ଅର୍ଥ ହେଉଛି ପବନ ବହିବା କିମ୍ବା ଅଗ୍ନି ବିସ୍ଫୋରଣ ହେବା। ଏହା ମଧ୍ୟ ଭାରତ-ଫ୍ରାନ୍ସ ସମ୍ପର୍କର ପ୍ରତୀକ ଅଟେ। ୩୬ରାଫେଲ ଜେଟ୍ କାର୍ଯ୍ୟକ୍ରମର ଅର୍ଥ ଆମ ପାଇଁ ବହୁତ କିଛି।
ସୂଚନା ମୁତାବକ, ୧୦ଟା ୩୦ମିନିଟରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ପୁରୋହିତମାନେ ଭାରତୀୟ ବାୟୁସେନାରେ ପାଞ୍ଚଟି ରାଫେଲ ଯୁଦ୍ଧ ବିମାନର ସାମିଲ କରିବା ପୂର୍ବରୁ ସର୍ବ ଧର୍ମ ପୂଜାରେ ରୀତିନୀତି ଆରମ୍ଭ କରିଥିଲେ। ଏହା ପରେ ଉଦ୍ଘାଟନୀ ସମାରୋହ ଆରମ୍ଭ ହୋଇଥିଲା। ଫ୍ଲାଏପାଷ୍ଟ ସହ ପାରମ୍ପାରିକ ଶୈଳୀରେ ପୁନର୍ବାର ରାଫେଲ ବିମାନକୁ ଏକ ପାଣି ତୋପ ସଲାମି ଦିଆଯାଇଥିଲା। ପରେ ସାରଙ୍ଗ ଏରୋବାଟିକ୍ ଟିମ୍ ଅମ୍ବାଲା ଏୟାରବେସରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମର ଗୌରବ ବଢ଼ାଇଥିଲେ। ଏହି ଦଳ ରାଫେଲଙ୍କୁ ତାଙ୍କର ଅନନ୍ୟ କୌଶଳ ସହିତ ଅଭିବାଦନ ଜଣାଇଥିଲେ।

Share Now:

Kalinga News Beuro

Next Post

୩୦% ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼ ହୋଇପାରେ

Fri Sep 11 , 2020
ଆନ୍ସିଲାରି ଫି’ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ପ୍ରସ୍ତାବ, ୧୪ରେ ହାଇକୋର୍ଟ ଶୁଣାଇବେ ଚୂଡ଼ାନ୍ତ ରାୟ ଭୁବନେଶ୍ୱର : କୋଭିଡ୍‌-୧୯ ସମୟରେ ସ୍କୁଲ ଫି’ ଛାଡ଼କୁ ନେଇ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଆପୋସ ସମାଧାନ ହୋଇଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲେ ମଧ୍ୟ ସର୍ବାଧିକ ୩୦% ସ୍କୁଲ ଫି’ ଛ‌ାଡ଼ କରିବାକୁ ସହମତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା […]
ଛାଡ଼ ହୋଇପାରେ ୩୦% ସ୍କୁଲ ଫି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial