ଯୌନ ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରିଦେବା ପ୍ରତାରଣା ନୁହେଁ: ବମ୍ବେ ହାଇକୋର୍ଟ

ବମ୍ବେ ହାଇକୋର୍ଟ

ମୁମ୍ବାଇ: ପାରସ୍ପରିକ ସହମତିରେ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ମହିଳାଙ୍କୁ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଜଣେ ମହିଳାଙ୍କ ଏଫ୍ଆଇଆର୍ ଆଧାରରେ ଏକ ନିମ୍ନ ଅଦାଲତ ଜଣେ ପୁରୁଷଙ୍କୁ ସମ୍ପୃକ୍ତା ମହିଳାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ବମ୍ବେ ହାଇକୋର୍ଟ ଉକ୍ତ ଆଦେଶକୁ ଖାରଜ କରିଦେବା ସହ କହିଥିଲେ ଯେ, ଅଭିଯୁକ୍ତ ଜଣକ ବିବାହର ବାହାନା କରି ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ ଏବଂ ଆରମ୍ଭରୁ ହିଁ ତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି କୌଣସି ପ୍ରମାଣ ନାହିଁ। ତେଣୁ ହାଇକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ରାୟରେ କୋର୍ଟ କହିଛନ୍ତି, ପ୍ରମାଣରୁ ଜଣାପଡିଛି ଯେ ମହିଳା ଜଣକ ଅଭିଯୁକ୍ତଙ୍କୁ ଜାଣିଥିଲେ। ସେ ପ୍ରାୟ ୩ ବର୍ଷରୁ ଅଧିକ ସମୟ ଧରି ଅଭିଯୁକ୍ତଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କ ମଧ୍ୟରେ ଯୌନ ସମ୍ପର୍କ ପାରସ୍ପରିକ ସହମତିରେ ରହିଥିଲା। ତେଣୁ ଏହାକୁ ପ୍ରତାରଣା କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ଧାରା ୩୭୬ ଏବଂ ୪୧୭ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଓ ପ୍ରତାରଣା ମାମଲା ରୁଜୁ କରାଯାଇଥିଲା। ପ୍ରତାରଣା ଅଭିଯୋଗରେ ନିମ୍ନ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ଫେବ୍ରୁଆରି ୧୯୯୯ରେ ତାଙ୍କୁ ଦୁଷ୍କର୍ମ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ପ୍ରତାରଣା ପାଇଁ ତାଙ୍କୁ ଏକ ବର୍ଷ କାରାଦଣ୍ଡାଦେଶ ଦିଆଯାଇଥିଲା। ଅଭିଯୁକ୍ତ ଏହି ରାୟ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Share Now:

Kalinga News Beuro

Next Post

ଜାଡ଼ରୁ ମିଳିବ ଆଶ୍ୱସ୍ତି : ବୃଦ୍ଧି ପାଇବ ରାତିର ତାପମାତ୍ରା

Fri Dec 24 , 2021
ଭୁବନେଶ୍ୱର : ଜାଡ଼ରୁ ମିଳିବ ଆଶ୍ବସ୍ତି। ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଦୁଇ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ସକାଳ ୯ଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର […]
ଜାଡ଼ରୁ ମିଳିବ ଆଶ୍ୱସ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial