୩ଟି ଜିଲ୍ଲା ୬୦ ଘଣ୍ଟିଆ ସଟଡାଉନ୍

ଜାଣନ୍ତୁ କେଉଁ କେଉଁ ଜରୁରୀ ସେବା ଜାରି ରହିବ

ଭୁବନେଶ୍ୱର: ଓଡ଼ିଶାରେ ପଶ୍ଚିମବଙ୍ଗ ଫେରନ୍ତା କରୋନା ସଙ୍କଟ ବଢ଼ାଇ ଦେଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଜିଲ୍ଲା ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ୬୦ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନ ଆସନ୍ତା ଏପ୍ରିଲ ୨୬ ରାତି ୧୦ଟା ପର୍ଯନ୍ତ ଲାଗୁହେବ। ତେବେ ଏହି ସମୟରେ କେତେକ ଜରୁରୀ ସେବା ଜାରି ରହିବ।

ଯେଉଁ ଅତ୍ୟାବଶ୍ୟକ ସେବା ଓ ପ୍ରତିଷ୍ଠାନ ଚାଲୁ ରହିବ ତାହା ନିମ୍ନରେ ଦିଆଗଲା
-ହସପିଟାଲ, ଆମ୍ବୁଲାନ୍ସ
-ପୁଲିସ ଓ ଦମକଳ ବାହିନୀ
– ଟେଲିକମ ସେବା
-ପୌରସଂସ୍ଥା ଦ୍ୱାରା ଚିହ୍ନିତ ପେଟ୍ରୋଲ ପମ୍ପ
– ମାଲ ପରିବହନ ପାଇଁ ରେଳ ଓ ବିମାନବନ୍ଦର
– ଜିଲ୍ଲା ପୁଲିସ ଦ୍ୱାରା ଚିହ୍ନିତ ଇଲେକ୍ଟ୍ରୋନିକ ମିଡିଆ
– କରୋନା ପରିଚାଳନା ପାଇଁ ଉଦ୍ଦିଷ୍ଟ ଆଇଟି/କଲ ସେଣ୍ଟର
-ପୌରସଂସ୍ଥାର ଜଳଯୋଗାଣ, ପରିମଳ ଓ ସେ୍ୱରେଜ ବିଭାଗ
-ବିଦ୍ୟୁତ ଯୋଗାଣ ଅଫିସ
-ଔଷଧ ନିୟନ୍ତ୍ରକ/ପୌରସଂସ୍ଥା ଦ୍ୱାରା ଚିହ୍ନିତ ଔଷଧ ଦୋକାନ
– ମାଲ ପରିବହନ କରୁଥିବା ଟ୍ରକ
– ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନା
– କୋରନା ନମୁନା ସଂଗ୍ରହ, କ୍ୱାରାଣ୍ଟାଇନ, କଣ୍ଟେନମେଣ୍ଟ ସଂପର୍କିତ କାର୍ଯ୍ୟକଳାପ ।

Share Now:

Kalinga News Beuro

Leave a Reply

Next Post

ଲକଡାଉନ୍ ପରେ ରଥଯାତ୍ରା ନିଷ୍ପତ୍ତି, ମେ’ ୩ ପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହୋଇପାରିବ ନାହିଁ : ଗଜପତି ମହାରାଜ

Fri Apr 24 , 2020
ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କିତ ନିଷ୍ପତ୍ତି ମେ’ ୩ ତାରିଖ ପରେ ନିଆଯିବ। ଯେହେତୁ ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି ସରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂତନ ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ। ମେ ୩ରେ କିମ୍ବା ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial