ମିଆଁମାର ସୀମାରେ ମଣିପୁରର ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ : ୧୩ ମୃତ

ଇମ୍ଫାଲ୍ : ଆଜି ମଣିପୁରର ଟେଙ୍ଗନୌପାଲ ଜିଲ୍ଲାର ଦୁଇ ଗୋଷ୍ଠୀର ସନ୍ତ୍ରାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ମିଆଁମାର ଅଭିମୁଖେ ଯାଉଥିବା ଏକ ସଶସ୍ତ୍ର ଗୋଷ୍ଠୀର ବିଦ୍ରୋହୀଙ୍କୁ ସେ ଅଞ୍ଚଳର ଆଉ ଏକ ପ୍ରଭାବଶାଳୀ ସଶସ୍ତ୍ର ଗୋଷ୍ଠୀ ପକ୍ଷରୁ ଅଚାନକ ଆକ୍ରମଣ କରାଯାଇଥିଲା। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପର୍କରେ ସୂଚନା ପାଇବା ପରେ ଗୁଳିବିନିମୟ ସ୍ଥଳରେ ପହଞ୍ଚିଥିବା ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଜବତ କରିଛନ୍ତି। ଏପର୍ଯ୍ୟନ୍ତ ମୃତକମାନଙ୍କ ପରିଚୟ ଜଣାପଡି ନାହିଁ। କିନ୍ତୁ ସେମାନେ ସ୍ଥାନୀୟ ଲୋକ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ମଣିପୁରର ଟେଙ୍ଗନୌପାଲ ଜିଲ୍ଲା ମିଆଁମାର ସୀମାକୁ ଲାଗିଛି।

Share Now:

Kalinga News Beuro

Next Post

ନେହରୁ ଶତାବ୍ଦୀ ହସ୍‌ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା

Mon Dec 4 , 2023
ହାତକୁ ନେଲେ ରାଜ୍ୟ ସରକାର ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍‌ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପରିଚାଳିତ ଏହି ହସ୍‌ପିଟାଲକୁ ରାଜ୍ୟ ସରକାର ହାତକୁ ନେବା ସହ ଏହାର ନାମ ‘ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍‌ପିଟାଲ’କୁ ପରିବର୍ତ୍ତନ କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଏଥି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial