ପ୍ରଧାନମନ୍ତ୍ରୀଙ୍କୁ କଳା ପତାକ ଦେଖାଇଥିବା ମହିଳାଙ୍କୁ ଗୁଳି

ପ୍ରଧାନମନ୍ତ୍ରୀଙ୍କୁ କଳା ପତାକ ଦେଖାଇଥିବା ମହିଳାଙ୍କୁ ଗୁଳି

ସୁଲତାନପୁର: ସୁଲତାନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଳା ପତାକା ଦେଖାଇ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ନେତ୍ରୀ ରୀତା ଯାଦବଙ୍କୁ ସୋମବାର ଦିନ ସନ୍ଧ୍ୟାରେ ଦୁର୍ବୃର୍ତ୍ତମାନେ ଗୁଳିମାଡ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଗୁଳିଟି ରୀତା ଯାଦବଙ୍କ ଗୋଡରେ ବାଜିଥିଲା। ଗୁରୁତର ଅବସ୍ଥାରେ ରୀତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲବୁଆଁର ଥାନା ଅଧିକାରୀ ସତୀଶ ଚନ୍ଦ୍ର ଶୁକ୍ଳା ଗୁଳିକାଣ୍ଡ ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ଓ ରୀତା ଯାଦବଙ୍କ ବୟାନ ମଧ୍ୟ ସଂଗ୍ରହ କରିଛନ୍ତି। ଚେତା ଆସିବା ପରେ ରୀତା ଯାଦବ କହିଛନ୍ତି,ମୁଁ ପୋଷ୍ଟର-ବ୍ୟାନର ତିଆରି କରିବା ପାଇଁ ଯାଇଥିଲି ଓ ସେଠାରୁ ଘରକୁ ଆସୁଥିଲି। ଲବୁଆଁର ହାଇଓ୍ଵ ପାର୍ଶ୍ଵରେ ତିନି ଜଣ ଲୋକ ଅଭରଟେକ୍ କରି ମୋ ବୋଲେରକୁ ରୋକି ଅଶ୍ଳୀଳ ଭାଷା ପ୍ରୟୋଗ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ମୋ ଡ୍ରାଇଭରର କାନପାଖରେ ପିସ୍ତଲ ଲଗାଇ ରଖିଥିଲେ। ଏହାପରେ ମୁଁ ଚାପୁଡା ମାରିବାରୁ ସେମାନେ ମୋତେ ଗୁଳିମାରି ପଳେଇଥିଲେ। ୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ପୂର୍ବାଞ୍ଚଳ ଏକ୍ସପ୍ରେସର ଉଦ୍ଘାଟନ ପାଇଁ ସୁଲତାନପୁର ଆସିଥିଲେ ସେତେବେଳେ ରୀତା ଯାଦବ ପ୍ରଧାନମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ। ଏହାପରେ ପୁଲିସ ତାଙ୍କୁ ଗିରଫ କରି ଜେଲରେ ୨ ଦିନ ରଖିଥିଲା। ୨ ଦିନ ପରେ ରୀତା ଯାଦବଙ୍କୁ ଜାମିନ୍ ମିଳିଥିଲା। ରିପୋର୍ଟ ଅନୁସାରେ ଏହି ଘଟଣାର ୧ ମାସ ପର୍ଯ୍ୟନ୍ତ ରୀତା ଯାଦବ ସମାଜବାଦୀ ପାର୍ଟିରେ ରହିଥିଲେ ତେବେ ଦଳରେ ତାଙ୍କୁ ଉପଯୁକ୍ତ ସମ୍ମାନ ନ ମିଳିବାରୁ ଡିସେମ୍ବର ୧୭ ତାରିଖ ଦିନ ରୀତା କଂଗ୍ରେସରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ କଂଗ୍ରେସ ଏହି ମାମଲାକୁ ନେଇ ବିଜେପିକୁ ଘେରିଛି। ଉତ୍ତର ପ୍ରଦେଶ କଂଗ୍ରେସ ଟ୍ଵିଟରରେ କହିଛି,ଝିଅମାନଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ବିଜେପି ଜଙ୍ଗଲରାଜରେ ଭଡାଟିଆ ଗୁଣ୍ଡାମାନଙ୍କୁ ନିଯୁକ୍ତ କରିଛି।

Share Now:

Kalinga News Beuro

Next Post

୩ ଆକ୍ରାନ୍ତଙ୍କ ପାଇଁ ୧୨ ଲକ୍ଷ ଲୋକ ଲକଡାଉନରେ

Wed Jan 5 , 2022
ବେଜିଂ : କରୋନା ଭୁତାଣୁକୁ ନିର୍ମୂଳ କରିବାରୁ ଚୀନ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ କେନ୍ଦ୍ରୀୟ ଚୀନର ହେନାନ ରାଜ୍ୟରେ ଥିବା ୟୁଝୁ ସହରରେ ମାତ୍ର ୩ ଜଣ କରୋନା ଆକ୍ରାନ୍ତ ବାହାରିବାରୁ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି। ପ୍ରାୟ ୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରର ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ଘରୁ ବାହାରିଲେ କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ଗିରଫ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ […]
୩ ଆକ୍ରାନ୍ତଙ୍କ ପାଇଁ ୧୨ ଲକ୍ଷ ଲୋକ ଲକଡାଉନରେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial