ଦବି ଯାଉଛି ଯୋଶୀମଠ : ୬୦୩ କୋଠାଘରେ ଫାଟ, ସାମୟିକ ଭାବେ ୬୮ ପରିବାର ସ୍ଥାନାନ୍ତରିତ

ଦବି ଯାଉଛି ଯୋଶୀମଠ

ଡେରାଡୁନ୍‌: ଭୂମି-ସ୍ଖଳନ ଓ ଭୂମି-ଚପା ଉପଦ୍ରୂତ ଜୋନ୍‌ ଭାବେ ଘୋଷିତ ହେବା ପରେ ଯୋଶୀମଠରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତୀବ୍ରତର ହୋଇଥିବା କଥା ଆଜି ଜିଲ୍ଲା ପ୍ରଶାସନ କହିଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ ହିମାଂଶୁ ଖୁରାନା କହିଛନ୍ତି, ଯୋଶୀମଠର ପ୍ରଭାବିତ ଜନତାଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ରିଲିଫ୍‌ ଶିବିରମାନଙ୍କରେ ମୌଳିକ ସୁବିଧାଗୁଡ଼ିକୁ ସବୁବେଳେ ଯାଞ୍ଚ କରାଯିବା ସହିତ ପ୍ରଶାସନ ଜନସାଧାରଣଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛି। ଆବଶ୍ୟକ ହେଲେ ତୁରନ୍ତ ଯାଞ୍ଚ୍‌ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଚାମୋଲି ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏପର୍ଯ୍ୟନ୍ତ ଯୋଶୀମଠରେ ୬୦୩ କୋଠାଘର ଫାଟିଯାଇଛି। ସମୁଦାୟ ୬୮ ପରିବାରକୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇଛି। ସରକାରୀ ଅଧିକାରୀମାନେ କହିଛନ୍ତି, ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ‘ହୋଟେଲ୍‌ ମାଉଣ୍ଟ୍‌ ଭିୟୁ’ ଏବଂ ‘ମାଲାରି ଇନ୍‌’ରେ କାରବାର ଓ ରହଣି ନିଷେଧ କରାଯାଇଛି। ଜିଲ୍ଲା ପ୍ରଶାସନ ରବିବାର ଦିନ ଜିଲ୍ଲା ପ୍ରଶାସନ ପ୍ରଭାବିତ ପରିବାରକୁ ଅତ୍ୟାବଶ୍ୟକ ଘରକରଣା ସାମଗ୍ରୀ ନିମନ୍ତେ ଆବଶ୍ୟକ ସହାୟତା ପାଣ୍ଠି ବଣ୍ଟନ କରିଛି।

Share Now:

Kalinga News Beuro

Next Post

ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳିବିଦ୍ଧ ହୋଇ ମଲେ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌

Mon Jan 9 , 2023
ଫିରୋଜପୁର: ପଞ୍ଜାବର ଫିରୋଜପୁରରେ ଅବସ୍ଥାପିତ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ରବିବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳି ଚୋଟରେ ଆତ୍ମହତ୍ୟା କରିଥିବା କଥା ସେନାସୂତ୍ରରୁ ଜଣାପଡ଼ିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଭାରତୀୟ ସେନାର ଉକ୍ତ ଅଧିକାରୀ ଜଣକ ଲେଖି ଯାଇଥିବା ‘ସୁସାଇଡ୍‌ ନୋଟ୍‌’ରେ ସ୍ୱୀକାର କରିଛନ୍ତି ବୋଲି ଉପରୋକ୍ତ ସୂତ୍ର ସୂଚନା ଦେଇଛି। ‘ସୁସାଇଡ୍‌ ନୋଟ୍‌’ଟି ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଶବ ନିକଟରୁ ମିଳିଛି […]
ଗୁଳିବିଦ୍ଧ ହୋଇ ମଲେ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial