ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳିବିଦ୍ଧ ହୋଇ ମଲେ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌

ଗୁଳିବିଦ୍ଧ ହୋଇ ମଲେ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌

ଫିରୋଜପୁର: ପଞ୍ଜାବର ଫିରୋଜପୁରରେ ଅବସ୍ଥାପିତ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ରବିବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳି ଚୋଟରେ ଆତ୍ମହତ୍ୟା କରିଥିବା କଥା ସେନାସୂତ୍ରରୁ ଜଣାପଡ଼ିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଭାରତୀୟ ସେନାର ଉକ୍ତ ଅଧିକାରୀ ଜଣକ ଲେଖି ଯାଇଥିବା ‘ସୁସାଇଡ୍‌ ନୋଟ୍‌’ରେ ସ୍ୱୀକାର କରିଛନ୍ତି ବୋଲି ଉପରୋକ୍ତ ସୂତ୍ର ସୂଚନା ଦେଇଛି। ‘ସୁସାଇଡ୍‌ ନୋଟ୍‌’ଟି ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଶବ ନିକଟରୁ ମିଳିଛି ବୋଲି ସେନା ଅଧିକାରୀମାନେ କହିଛନ୍ତି। ସେନା ଅଧିକାରୀ ତଥା ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ବାସଭବନରୁ ହିଁ ତାଙ୍କର ଓ ସ୍ତ୍ରୀଙ୍କ ଶବ ଉଦ୍ଧାର କରାଯାଇଛି। ଦମ୍ପତିଙ୍କର ଦାମ୍ପତ୍ୟ କଳହ ଥିଲା। ସେଥିପାଇଁ ସେମାନଙ୍କୁ ନିୟମିତ ‘କାଉନ୍‌ସେଲିଙ୍ଗ୍‌’ ଦିଆଯାଉଥିଲା। ସେନା ଓ ପଞ୍ଜାବ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ପୁଣି ତାଇୱାନକୁ ଡରାଇଲା ଚୀନ : ଆରମ୍ଭ କଲା ବୃହତ୍ ସମରାଭ୍ୟାସ

Mon Jan 9 , 2023
ତାଇପେଇ : ପୁଣି ଥରେ ତାଇୱାନ ଉପକୂଳ ନିକଟରେ ଯୁଦ୍ଧାଭ୍ୟାସ କରିଛି ଚୀନ। ରବିବାରଦିନ ଚୀନ ସେନା ବା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ପୂର୍ବାଞ୍ଚଳ ଥିଏଟର କମାଣ୍ଡ ପକ୍ଷରୁ ଏହି ଯୁଦ୍ଧାଭ୍ୟାସ କରାଯାଇଥିବା ଚୀନ ପକ୍ଷରୁ କୁହାଯାଇଛି। ଏହି ସମରାଭ୍ୟାସରେ ଲଢୁଆ ବିମାନ ଓ ଯୁଦ୍ଧ ଜାହାଜ ବ୍ୟବହାର କରାଯାଇଥିଲା। ଗତ ଏକ ମାସ ମଧ୍ୟରେ ଚୀନର ଏହା ହେଉଛି ୨ୟ ସମରାଭ୍ୟାସ।ତାଇୱାନକୁ ସମର୍ଥନ କରୁଥିବା ‘ବାହ୍ୟ ଶକ୍ତି’ଙ୍କ […]
ପୁଣି ତାଇଓ୍ବାନକୁ ଡରାଇଲା ଚୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial