ପୁଲିସ ମାଓବାଦୀ ଗୁଳିବିନିମୟ : ପୁଲିସ ଗୁଳିରେ ୮ ମାଓବାଦୀ ନିହତ

ପୁଲିସ ଗୁଳିରେ ୮ମାଓବାଦୀ ନିହତ

ନାଗପୁର: ଗଡଚିରୋଲି ପୁଲିସର ସି-୬୦ କମାଣ୍ଡୋଙ୍କୁ ମିଳିଲା ବଡ଼ ସଫଳତା। ଆଜି ସକାଳେ କୋଟଗୁଲ-ଗ୍ୟାରାପଟ୍ଟୀ ଜଙ୍ଗଲରେ ଚାଲିଥିବା ଏନକାଉଣ୍ଟର ସମୟରେ ଗଡଚିରୋଲି ପୁଲିସର ସି-୬୦ କମାଣ୍ଡୋଙ୍କ ଗୁଳିରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଏନକାଉଣ୍ଟରରେ ପ୍ରାୟ ୧୨ରୁ ଅଧିକ ବିଦ୍ରୋହୀ ଗରିଲା ସଂଗ୍ରାମୀ ଆହତ ହୋଇଛନ୍ତି। ଏସପି ଅଙ୍କିତଙ୍କ କହିବା ମୁତାବକ, ସକାଳ ୬ଟା ୩୦ ସମୟରେ ମାଓବାଦୀଙ୍କ ସହ ଗୁଳିବିନିମୟ ଆରମ୍ଭ ହୋଇଥିଲା। କିଛି ଘଣ୍ଟାର ଗୁଳିବିନିମୟ ପରେ ୮ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶା କରାଯାଉଛି। ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ମାଓବାଦୀମାନେ ନିଜ ମୃତ ସାଥୀମାନଙ୍କୁ ନେଇ ଖସିଯିବାକୁ ଉଦ୍ୟମ କରୁଥିବା କହିଛନ୍ତି ଏସପି ଅଙ୍କିତ। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଖସିଯାଇଥିବା ମାଓବାଦୀଙ୍କୁ ଖୋଜିବାକୁ ଉଦ୍ୟମ କରାଯାଉଛି ବୋଲି ଏସପି ଅଙ୍କିତ କହିଛନ୍ତି।

Share Now:

Kalinga News Beuro

Next Post

କେନ୍ଦୁଝରରେ ହାତୀ ଆକ୍ରମଣରେ ୬ ବର୍ଷର ଶିଶୁପୁତ୍ର ମୃତ

Sat Nov 13 , 2021
ତେଲକୋଇ: ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ ୬ ବର୍ଷର ଶିଶୁପୁତ୍ର ମୃତ୍ୟୁ ଘଟିଛି। ମା କୋଳରେ ଶିଶୁପୁତ୍ରର ଜୀବନ ଚାଲି ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ରାଣୀବେଡା ନୂଆସାହିରେ। ଗ୍ରାମର ବିନୋଦ ମହାନ୍ତ କେରଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଗତକାଲି ରାତିରେ ହସ ଖୁସିରେ ଖାଇପିଇ ତାଙ୍କ ସ୍ତ୍ରୀ ରୀତା, […]
ହାତୀ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial