କେନ୍ଦୁଝରରେ ହାତୀ ଆକ୍ରମଣରେ ୬ ବର୍ଷର ଶିଶୁପୁତ୍ର ମୃତ

ହାତୀ ଆକ୍ରମଣ

ତେଲକୋଇ: ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ ୬ ବର୍ଷର ଶିଶୁପୁତ୍ର ମୃତ୍ୟୁ ଘଟିଛି। ମା କୋଳରେ ଶିଶୁପୁତ୍ରର ଜୀବନ ଚାଲି ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ରାଣୀବେଡା ନୂଆସାହିରେ। ଗ୍ରାମର ବିନୋଦ ମହାନ୍ତ କେରଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଗତକାଲି ରାତିରେ ହସ ଖୁସିରେ ଖାଇପିଇ ତାଙ୍କ ସ୍ତ୍ରୀ ରୀତା, ୬ବର୍ଷର ପୁଅ ନାରାୟଣ ଓ ଝିଅ ସ୍ମୃତିରେଖା (୫) ଘରେ ପଲଙ୍କ ଉପରେ ଶୋଇଥିଲେ।
ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ଆସି ଘର କାନ୍ଥ ଭାଙ୍ଗିଥିଲା। କାନ୍ଥ ଭାଙ୍ଗିବା ପରେ ଶୁଣ୍ଢରେ ଝିଅକୁ ଟାଣି ନେବାକୁ ଚେଷ୍ଟା କରୁଥିବା ବେଳେ ରୀତା ହାତୀ କବଳରୁ ତାକୁ ବଞ୍ଚାଇଥିଲେ। ଶୋଇଥିବା ନାରାୟଣ ଉପରେ ଘରର କାନ୍ଥ ପଡ଼ିଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ଗାଁ ଲୋକ ଆସି ଉଦ୍ଧାର କରିଥିଲେ। ତେବେ ସଂଶୟ ଦୂର ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଚଳିତ ବର୍ଷ ନାରାୟଣ ଘର ପାଖ ଝାଟିକିପଶି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲା। ହସ ହସ ମୁହଁର ନାରାୟଣର ମୃତ୍ୟୁ ଖବର ସାଙ୍ଗସାଥୀ ଓ ଗାଁରେ ଶୋକର ଛାୟା ଖେଳିଯାଇଛି।

Share Now:

Kalinga News Beuro

Next Post

ଦିବ୍ୟାଙ୍ଗଙ୍କ କାର୍ଯ୍ୟ ଦକ୍ଷତା ଯୁବପିଢ଼ିଙ୍କ ପାଇଁ ଉଦାହରଣ : ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ ଦମ୍ପତି

Sat Nov 13 , 2021
ରାଉରକେଲା: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ନିଜ ଉଦ୍ୟମ ଓ ଆଗ୍ରହ ବଳରେ ଜନୈକ ଦିବ୍ୟାଙ୍ଗ ଦମ୍ପତିଙ୍କ ନିକଟରେ ନିଜ ଦୁର୍ବଳତା ହାର ମାନିଛି। ସାଇକେଲ ମରାମତିକୁ ପେଶା କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି, ଯାହା ଯୁବ ସମାଜକୁ ପ୍ରେରଣା ଦେଇଛି। ସେମାନେ ହେଲେ ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଯୋଡ଼ାବନ୍ଧର କଚେ ତୁରି ଓ ତାଙ୍କ ପତ୍ନୀ ଆଞ୍ଜେଲା […]
ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ ଦମ୍ପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial