ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ଗୋଗୋଇ:ଅକ୍ଟୋବର ୩ରେ ଶପଥ

ନୂଆଦିଲ୍ଲୀ,: ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ଗୋଗୋଇଙ୍କ ନାମ ଆଜି ଆନୁଷ୍ଠାନିକ ଭାବେ ସରକାରଙ୍କୁ ସୁପାରିସ କରିଛନ୍ତି। ଜଷ୍ଟିସ୍‌ ମିଶ୍ର ଆସନ୍ତା ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ ଏବଂ ୩ ତାରିଖ ଦିନ ଜଷ୍ଟିସ ଗୋଗୋଇ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତ ମାସ ଜଷ୍ଟିସ୍‌ ମିଶ୍ରଙ୍କୁ ପତ୍ର ଲେଖି ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ କହିଥିଲେ। ଜଷ୍ଟିସ୍‌ ମିଶ୍ର ଏହି ସୁପାରିସ ପଠାଇବା ପରେ ଏବେ ଏ ବାବଦ ସ୍ଥିତି ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ୨୦୦୧ ଫେବ୍ରୁଆରିରେ ଜଷ୍ଟିସ୍‌ ଗୋଗୋଇ ଗୌହାଟୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୧ ଫେବ୍ରୁଆରି ୧୨ରେ ସେ ପଂଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୨ ଏପ୍ରିଲ୍‌ରେ ଜଷ୍ଟିସ୍‌ ଗୋଗୋଇ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଗାନ୍ଧୀ ଜୟନ୍ତୀରୁ ୫ ମହାନଗର ସମେତ ପୁରୀରେ ପ୍ଲାଷ୍ଟିକ୍‌ ନିଷିଦ୍ଧ

Thu Sep 6 , 2018
ଭୁବନେଶ୍ୱର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୫ଟି ମହାନଗର ସମେତ ପୁରୀରେ ପ୍ଲାଷ୍ଟିକର ବ୍ୟବହାରକୁ ନିଷିଦ୍ଧ ଘୋଷଣା କରାଯାଇଛି। ଯାହାଫଳରେ ଏହି ୬ଟି ସ୍ଥାନରେ ମ୍ୟୁନସିପାଲଟି ପକ୍ଷରୁ ଧାର୍ଯ୍ୟ ସୀମା ବାହାରେ ପ୍ଲାଷ୍ଟିକ୍‌ର ବିକ୍ରି, ଉତ୍ପାଦନ, ଆମଦାନୀ, ରପ୍ତାନୀ କିମ୍ବା ବଣ୍ଟନ ହୋଇପାରିବ ନାହିଁ। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏ ନେଇ ବିଧିବଦ୍ଧଭାବେ ଡ୍ରାଫ୍‌ଟ ପ୍ରକାଶ ପାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial