ଜମ୍ମୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବ୍ୟର୍ଥ କଲା ସେନା

ନିହତ ଆତଙ୍କବାଦୀର ଶବ ଟାଣି ନେଲେ ସହଯୋଗୀ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଜମ୍ମୁର ଆଖ୍‌ନୂର୍‌ ସେକ୍ଟର୍‌ ଅନ୍ତର୍ଗତ ଖୌର୍‌ଠାରେ ଆନ୍ତର୍ଜାତିକ ସୀମା ଦେଇ ହେଉଥିବା ଅନୁପ୍ରବେଶ ଉଦ୍ୟମ ବ୍ୟର୍ଥ କରିବା ବେଳେ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି, ବ୍ୟାପକ ଅସ୍ତ୍ରଶସ୍ତ୍ର ସହିତ ୪ଜଣ ଆତଙ୍କବାଦୀ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା କଥା ଗତରାତିରେ ‘ସର୍ଭିଲେନ୍‌ସ୍‌ ଡିଭାଇସ୍‌’ରୁ ଜଣାପଡ଼ିବା ପରେ ଆମେ ଅଭିଯାନ ଆରମ୍ଭ କଲୁ। ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ଉପରକୁ ଯବାନମାନେ ଗୁଳି ଚଳାଇବାରୁ ଜଣେ ଆତଙ୍କବାଦୀ ଗୁରୁତର ଆହତ ହୋଇ ମରିଗଲେ। କିନ୍ତୁ, ତାଙ୍କର ଶବକୁ ସାଥୀ ଆତଙ୍କବାଦୀମାନେ ଟାଣି ନେଇଗଲେ ବୋଲି ସେନା ଅଧିକାରୀଜଣକ କହିଛନ୍ତି।
ଅନୁପ୍ରବେଶ ବିଷୟରେ ସୂଚନା ଦେଇ ‘ହ୍ବାଇଟ୍‌ ନାଇଟ୍‌ କର୍ପସ୍‌’ ‘ଏକ୍ସ୍‌’ କରିଛି, ଆଖ୍‌ନୂରର ଖୌର୍‌ ‘ଆଇ. ବି. ସେକ୍ଟର୍‌’ରେ ଅନୁପ୍ରବେଶ ଉଦ୍ୟମ ବ୍ୟର୍ଥ କରାଯାଇଛି। ୪ଜଣ ଆତଙ୍କବାଦୀ ସନ୍ଦିଗ୍ଧ ଭାବେ ବୁଲାବୁଲି କରୁଥିବା କଥା ଗତରାତିରେ ‘ସିର୍ଭିଲେନ୍‌ସ୍‌ ଡିଭାଇସ୍‌’ରେ ଦେଖାଯାଇଥିଲା। ତେଣୁ, ସେ ଅନୁଯାୟୀ ଗୁଳି ଚାଳନା କରାଗଲା। ଗୁଳି ଚୋଟରେ ଜଣେ ଆତଙ୍କବାଦୀ ଟଳି ପଡ଼ିଲେ। କିନ୍ତୁ, ଅନ୍ୟ ଆତଙ୍କବାଦୀମାନେ ତା’ର ଶବକୁ ଆନ୍ତର୍ଜାତିକ ସୀମା ଆରପାରିକୁ ଟାଣି ନେଇଗଲେ।

Share Now:

Kalinga News Beuro

Next Post

ପଥରରେ ଛେଚି ଯୁବକଙ୍କୁ ହତ୍ୟା : ସକାଳୁ ନାଳରୁ ମିଳିଲା ମୃତଦେହ

Sat Dec 23 , 2023
ନବରଙ୍ଗପୁର: ତେଲ ନଦୀ ପେଙ୍ଗୁସାଇରେ ବୀଭତ୍ସ ହତ୍ୟା। କଷାଗୁମୁଡ଼ା ବ୍ଳକ ଦମାପଲା ଗାଁର ରାମସିଂ ଜାନୀ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ନରେଶ ଧରୁଆ ନାମକ ଜଣେ ବ୍ୟକ୍ତି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଗଦଲପୁର ନିଆମାର ଗାଁର ନରେଶ ଧରୁଆଙ୍କ ଶଶୁର ଘର ମଧ୍ୟ ସେହି ପେଙ୍ଗୁସାଇରେ। କିଛି ଦିନ ତଳେ ସେ ମଧ୍ୟ ତାଙ୍କ ପରିବାର ସହ ଶଶୁର ଘରକୁ ଆସିଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial