ଆସନ୍ତା କାଲିଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନର ଚେତାବନୀ ଦେଲେ ଡ୍ରାଇଭର

ଭୁବନେଶ୍ୱର: ହିଟ୍ ଆଣ୍ଡ୍ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ୍ ଅପରେଟରମାନଙ୍କ ଧର୍ମଘଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ନୂଆ ଆଇନ୍ ଅନୁସାରେ, ଦୁର୍ଘଟଣା ପରେ ସୂଚନା ନଦେଇ ପଳାୟନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହେବ। ଏହାପୂର୍ବରୁ, ଆଇପିସିର ଧାରା ୩୦୪ ଏ ଅନୁଯାୟୀ ଏହି ଦଣ୍ଡ ୨ ବର୍ଷ ପର୍ଯ୍ୟନ୍ତ ଥିଲା। ହେଲେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢ଼ିବା କାରଣରୁ ଏପରି ନିୟମ ଲାଗୁ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିବା ସହ କାଲିଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ଡ୍ରାଇଭର ଚେତାବନୀ ଦେଇଛନ୍ତି।
ଏହା ସହ ଡ୍ରାଇଭର କହିଛନ୍ତି ୧୦ ଲକ୍ଷ ଫାଇନ୍ ଦେଇପାରୁଥିଲେ ସେମାନେ ଡ୍ରାଇଭର କାହିଁକି ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଡ୍ରାଇଭର କେବେ ଜାଣିଶୁଣି ଦୁର୍ଘଟଣା କରେନି। ଦୁର୍ଘଟଣା ଘଟିଲେ ଲୋକ କିଛି ନବୁଝି ପ୍ରଥମେ ଡ୍ରାଇଭରକୁ ଦୋଷ ଦେଇ ଆକ୍ରମଣ କରନ୍ତି। ତେଣୁ ଦୁର୍ଘଟଣାସ୍ଥଳରେ ଡ୍ରାଇଭର ନିଜ ଜୀବନ ବଞ୍ଚାଇବାକୁ ଖସି ପଳାନ୍ତି ବୋଲି କହିଛନ୍ତି ଡ୍ରାଇଭର। ତେବେ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ କାଲିଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ହେବ ବୋଲି କହିଛନ୍ତି ଡ୍ରାଇଭର।

Share Now:

Kalinga News Beuro

Next Post

କଂଗ୍ରେସରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା

Thu Jan 4 , 2024
ନୂଆଦିଲ୍ଲୀ: ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ବୁଧବାର ଦିନ ଶର୍ମିଲା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ କଂଗ୍ରେସରେ ଯୋଗ ଦେବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ହଁ, ସେମିତି ମନେହେଉଛି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial