କରୋନା ସଂକଟରେ ବିଦେଶ ମୁହାଁ ବଲିଉଡ୍‌ କଳାକାର ଓ ଧନୀକ ବ୍ୟକ୍ତି

ଧନୀକ ବ୍ୟକ୍ତି ଏବେ ବିଦେଶ ମୁହାଁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଅକ୍ସିଜେନ ଓ ବେଡର ଘୋର ଅଭାବ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ଦେଶ ଛାଡି ବିଦେଶ ଅଭିମୁଖେ ଭାରତର ଧନୀ ଶ୍ରେଣୀର ବ୍ୟକ୍ତି। କିଛି ଦେଶ ଭାରତୀୟ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିବା ବେଳେ ଅନ୍ୟ କିଛି ଦେଶରେ ଏବେ ବି ଭାରତୀୟ ନାଗରିକଙ୍କୁ ପ୍ରବେଶ ଅନୁମତି ରହିଛି। ଯାହାର ସୁଯୋଗ ନେଇ ନିଜ ପରିବାର ସହ ବିଦେଶ ଚାଲିଯାଉଛନ୍ତି ଦେଶର ବଡ ବଡ ଧନୀକ ଶ୍ରେଣୀର ବ୍ୟକ୍ତି। ଏପରିକି ପ୍ରାଇଭେଟ ଜେଟ ବୁକ୍ କରି ବିଦେଶ ଚାଲିଯାଉଥିବାର ଖବର ଏବେ ସାମ୍ନାକୁ ଆସୁଛି। କେବଳ ଧନୀ ବ୍ୟକ୍ତି ନୁହଁନ୍ତି ବରଂ ବଲିଉଡ କଳାକାର ମଧ୍ୟ ବିଦେଶ ଯିବା ପାଇଁ ବିମାନବନ୍ଦରରେ ଭିଡ ଜମାଉଥିବାର ଦେଖିବାକୁ ମିଳିଛି। ଖାସକରି ମାଳଦ୍ୱୀପକୁ ବାଛିଛନ୍ତି ବଲିଉଡର କଳାକାର। ଯେଉଁଥି ପାଇଁ ମାଳଦ୍ୱୀପର କିଛି ସ୍ଥାନରେ ଭାରତୀୟଙ୍କ ବୁଲିବା ଉପରେ କଟକଣା ଲଗାଯାଇଛି। କିଛି ହୋଟେଲ ଓ ନିର୍ଦ୍ଦିଷ୍ଟ କିଛି ସ୍ଥାନକୁ ଛାଡିଦେଲେ ସବୁଆଡେ ଏହି କଟକଣା ଜାରି କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ମାଳଦ୍ୱୀପ ଯିବାକୁ ବଲିଉଡ ଷ୍ଟାରଙ୍କ ମଧ୍ୟରେ ଯେପରି ପ୍ରତିଯୋଗିତା ଲାଗିଛି। କିଛି ବ୍ୟକ୍ତି ଦୁବାଇ ଯାତ୍ରା କରିବାକୁ ପ୍ରାଇଭେଟ ପ୍ଲେନର ବ୍ୟବହାର କରୁଥିବାର ସୂଚନା ମିଳିଛି। ଏପରିକି ଭାରତୀୟ ନାଗରିକଙ୍କ ଉପରେ ଦୁବାଇ କଟକଣା ଲଗାଇବା ପୂର୍ବରୁ ଅଧିକାଂଶ ଧନିକ ଶ୍ରେଣୀର ବ୍ୟକ୍ତି ଦୁବାଇ ଚାଲିଯାଇଛନ୍ତି। ଏପରିକି ଗୋଟିଏ ଟିକେଟ ପାଇଁ ୧୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ପଛାଇ ନାହାନ୍ତି। ସେହିଭଳି ପ୍ରାଇଭେଟ ଜେଟ୍ ଗୁଡିକୁ ବୁକ୍ କଲେ ରିଟର୍ଣ୍ଣ ଦର ମଧ୍ୟ ଦେବାକୁ ପଡୁଛି। ଏହା ସତ୍ତ୍ୱେ ମଧ୍ୟ ଦେଶ ଛାଡିବାକୁ ପଛାଇ ନାହାନ୍ତି ଧନୀକ ଶ୍ରେଣୀର ବ୍ୟକ୍ତି।

Share Now:

Kalinga News Beuro

Next Post

ଓଡ଼ିଆ ସାହିତ୍ୟରେ ଯୁଗାବସାନ: ଚିରନିଦ୍ରାରେ ମନୋଜ ଦାସ

Wed Apr 28 , 2021
ଶ୍ରୀଅରବିନ୍ଦ ଆଶ୍ରମ ପଣ୍ଡିଚେରୀରେ ଶେଷ ନିଦ୍ରା ଭୁବନେଶ୍ବର : ଭାରତୀୟ କଥା ସାହିତ୍ୟର ଶିଖର ପୁରୁଷ, ଆଧୁନିକ ବିଷ୍ଣୁଶର୍ମା, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ, ଶ୍ରୀଅରବିନ୍ଦ ଦର୍ଶନର ବିଦ୍ବାନ ଭାଷ୍ୟକାର ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗ ସାଂଗକୁ କର୍କଟରେ ପୀଡ଼ିତ ହେବା ପରେ ଗତକାଲି ରାତି ପ୍ରାୟ ୮ଟାବେଳେ ସେ ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୭ ବର୍ଷ […]
ମହାଯାତ୍ରାରେ ମନୋଜ ଦାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial