ଟ୍ୟାକ୍ସିୱେକୁ ଯାଇପାରିଲା ନାହିଁ ଇଣ୍ଡିଗୋ ବିମାନ : ୧୫ ମିନିଟ ଅବରୋଧ ହୋଇ ରହିଲା ରନ୍‌ୱେ

ନୂଆଦିଲ୍ଲୀ: ଅମୃତସରରୁ ଦିଲ୍ଲୀ ଅଭିମୁଖେ ଆସି ଆଜି ସକାଳେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ଏକ ଇଣ୍ଡିଗୋ ବିମାନ ଟ୍ୟାକ୍ସିୱେକୁ ଯାଇ ନ ପାରିବାରୁ ରନ୍‌ୱେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅବରୋଧ ହୋଇ ରହିଲା ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ଇଣ୍ଡିଗୋ ବିମାନ ‘ଏ୩୨୦’ ବିମାନଟି ୧୮/୧୦ ରନ୍‌ୱେର ଶେଷ ପ୍ରାନ୍ତରେ ଅଟକି ଯିବାରୁ ଏଭଳି ଅସୁବିଧା ସୃଷ୍ଟି ହୋଇଥିଲା। ତେଣୁ, ଏଥିଯୋଗୁଁ କେତେକ ବିମାନ ଚଳାଚଳ ପ୍ରଭାବିତ ହେଲା। ସେଠାରୁ ବିମାନଟିକୁ ଟାଣି ଟାଣି ପାର୍କିଙ୍ଗ୍‌ ବେ’କୁ ଆଣିବା ଲାଗି ଯଥାଶୀଘ୍ର ଇଣ୍ଡିଗୋର ଏକ ଟାଓଇଙ୍ଗ୍‌ ଭ୍ୟାନ ପଠାଯାଇଥିଲା।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଅବତରଣ ସମୟରେ ବିମାନଟି ଟ୍ୟାକ୍ସିୱେ ଚିହ୍ନଟ କରି ନ ପାରି ଦିଗ ପରିବର୍ତ୍ତନ କରି ରନ୍‌ୱେର ଶେଷ ପ୍ରାନ୍ତକୁ ଚାଲିଯାଇ ଅଟକି ଯାଇଥିଲା। କିନ୍ତୁ, ଏ ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଇଣ୍ଡିଗୋ କୌଣସି ବିବୃତି ଦେଇନାହିଁ। ସୂଚନାଯୋଗ୍ୟ, ଦୈନିକ ପ୍ରାୟ ୧୪,୦୦ ବିମାନ ଉଡ଼ାଣ ଓ ଅବତରଣ କରୁଥିବା ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ୪ଟି କାର୍ଯ୍ୟକ୍ଷମ ରନ୍‌ୱେ ରହିଛି।

Share Now:

Kalinga News Beuro

Next Post

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

Mon Feb 12 , 2024
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ସଭାପତି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ମୁତାବକ ଏହି ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବାକୁ ସୁପ୍ରିମୋ ଘୋଷଣା କରିଛନ୍ତି। ଉଲ୍ଲେଖ ଥାଉ କି ଓଡ଼ିଶାର ୩ ରାଜ୍ୟସଭା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial