ପଶ୍ଚିମବଙ୍ଗରେ ଜୁନ ୩୦ ପର୍ଯ୍ୟନ୍ତ ବଢିଲା ଲକଡାଉନ୍

ଲକ୍‌ଡାଉନର ନୂଆ ନିୟମ

କୋଲକତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଲକଡାଉନ ବେଳେ କିଛି କୋହଳ ନୀତି ଅବଲମ୍ବନ କରିବାକୁ ସିଧା ମନା କରିଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ କହିଛନ୍ତି କି ଲକଡାଉନ ବେଳେ ବସ୍, ମେଟ୍ରୋ, ଲୋକାଲ ଟ୍ରେନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାସହ ଖୁଚୁରା ଦୋକାନଗୁଡିକ ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ। ରେଷ୍ଟୁରାଣ୍ଟଗୁଡିକ ମଧ୍ୟାହ୍ନ ୧୨ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିବ।
ଜୁନ ୧୬ ରୁ ରେଷ୍ଟୁରାଣ୍ଟ ଗୁଡିକ ୫୦ ପ୍ରତିଶତ ଗ୍ରାହକଙ୍କ ସହ ସକାଳ ୧୨ ରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିପାରିବେ। ୩୦ ପ୍ରତିଶତ ଗ୍ରାହକଙ୍କ ସହ ମଲ ଗୁଡିକ ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ। ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଗୁଡିକ ୨୫ ପ୍ରତିଶତ କର୍ମଚାରୀଙ୍କ ସହ ସକାଳ ୧୦ ରୁ ଅପରାହ୍ନ ୪ ଟା ଯାଏ ଖୋଲା ରହିବ। ବିନା ଦର୍ଶକରେ ଷ୍ଟାଡିୟମ ମାନଙ୍କରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇ ପାରିବ। ପରିବହନ ସେବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ରାଜ୍ୟ ସରକାର। କେବଳ ଟିକା ନେଇସାରିଥିବା ଲୋକମାନଙ୍କ ପାଇଁ ପାର୍କ ଭିତରକୁ ଯିବାକୁ ଅନୁମତି ମିଳିବ। ସ୍କୁଲ, କଲେଜ, ୟୁନିଭରସିଟି, ପଲିଟେକନିକ୍, ଅଙ୍ଗନବାଡି କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ରହିବ।

Share Now:

Kalinga News Beuro

Next Post

ଗଲୱାନ ସଂଘର୍ଷକୁ ବର୍ଷେ : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଭାରତୀୟ ସେନା

Tue Jun 15 , 2021
ଲେହ : ଗଲୱାନ ସଂଘର୍ଷକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଗତ ବର୍ଷ ଏହି ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ଆଜି ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯ଼ାଇଛି। ଲେହଠାରେ ଅବସ୍ଥିତ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେନାର ଫାୟାର ଏଣ୍ଡ ଫୁରି କୋରର ମୁଖ୍ୟ ମେଜର ଜେନେରାଲ ଆକାଶ କୌଶିକ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତ ବର୍ଷ ଏପ୍ରିଲମାସରେ ଯ଼ୁଦ୍ଧାଭ୍ୟାସ […]
ଗଲଓ୍ବାନ ସଂଘର୍ଷକୁ ଏକ ବର୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial