ଗଲୱାନ ସଂଘର୍ଷକୁ ବର୍ଷେ : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଭାରତୀୟ ସେନା

ଗଲଓ୍ବାନ ସଂଘର୍ଷକୁ ଏକ ବର୍ଷ

ଲେହ : ଗଲୱାନ ସଂଘର୍ଷକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଗତ ବର୍ଷ ଏହି ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ଆଜି ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯ଼ାଇଛି। ଲେହଠାରେ ଅବସ୍ଥିତ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେନାର ଫାୟାର ଏଣ୍ଡ ଫୁରି କୋରର ମୁଖ୍ୟ ମେଜର ଜେନେରାଲ ଆକାଶ କୌଶିକ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତ ବର୍ଷ ଏପ୍ରିଲମାସରେ ଯ଼ୁଦ୍ଧାଭ୍ୟାସ କରିବା ନାଁରେ ଚୀନ ସେନା ପୂର୍ବ ଲଦାଖର କେତେକ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ପରେ ଦୁଇପକ୍ଷ ମଧ୍ୟରେ ଏକ ବଡ଼ ଧରଣର ବିବାଦ ଆରମ୍ଭ ହୋଇଥିଲା। ବିବାଦ ତୀବ୍ର ରୂପ ଧାରଣ କରି ଜୁନ ୧୫ରେ ଗଲଓ୍ବାନ ଘାଟିରେ ତାହା ଏକ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଏହି ସଂଘର୍ଷରେ ଭାରତର ୨୦ ଜଣ ଯ଼ବାନ ସହିଦ ହୋଇଥିଲେ। ତେବେ ଏହି ସଂଘର୍ଷରେ କେତେ ଜଣ ଚୀନ ସୈନ୍ୟ ମରିଥିଲେ ତାହା ସେ ସମ୍ପର୍କରେ ଚୀନ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ଦେଇନାହିଁ। ଏହି ସଂଘର୍ଷରେ ମାତ୍ର ୪ ଜଣ ଚୀନ ଯବାନ ମରିଥିବା ଚୀନ ଦାବି କରୁଛି। ମାତ୍ର ଋଷିଆ, ଆମେରିକାର ଗୁଇନ୍ଦା ସଂସ୍ଥାଙ୍କ ରିପୋର୍ଟ ଅନୁସାରେ ଏଥିରେ ଚୀନର ପ୍ରାୟ ୪୦ ରୁ ୪୫ ସୈନିକ ମୃତ୍ୟୁବରଣ କରିଥିଲେ।

Share Now:

Kalinga News Beuro

Next Post

ସିଏମ୍‌ସିର ଜନ୍ମମୃତ୍ୟୁ ପଞ୍ଜୀକରଣରେ ଅବ୍ୟବସ୍ଥା

Tue Jun 15 , 2021
ମୋବାଇଲ୍‌କୁ ଆସୁନି ଓଟିପି, ସିକ୍ୟୁରିଟି କୋଡ୍‌ କଟକ: କରୋନା ସଂକ୍ରମଣ ପାଇଁ ସିଏମ୍‌ସିକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଲୋକଙ୍କୁ ଅନ୍‌ଲାଇନ୍‌ରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଆବେଦନରୁ ଆରମ୍ଭ କରି ପ୍ରମାଣପତ୍ର ଗହଣ କରିବାକୁ ନିଗମ ତରଫରୁ କୁହାଯାଇଛି। ମାତ୍ର ସିଏମ୍‌ସିର ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଏବେ ବାଟ ହୁଡିଛି। ଅନ୍‌ଲାଇନ୍‌ ଆବେଦନ, ଟଙ୍କା ପୈଠ, ପ୍ରମାଣପତ୍ର ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲକୁ ଓଟିପି କିମ୍ବା ସିକ୍ୟୁରିଟି କୋଡ୍‌ […]
ଜନ୍ମମୃତ୍ୟୁ ପଞ୍ଜୀକରଣରେ ଅବ୍ୟବସ୍ଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial