ସେରମ ଇନଷ୍ଟିଚ୍ୟୁଟରେ ନିଆଁ: ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ପହଞ୍ଚିଲା

ସେରମ ଇନଷ୍ଟିଚ୍ୟୁଟରେ ନିଆଁ

ପୁଣେ: ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ଲାଗିଲା ନିଆଁ। ଟର୍ମିିନାଲ-୧ରେ ଥିବା ଏକ କୋଠାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ କୋଠାଟି ନିର୍ମାଣାଧୀନ ଥିବାରୁ ଭିତରେ କେହି ଫସି ରହିନଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏହା ସହ ନିଆଁଟି ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ କ୍ୟାମ୍ପସରେ ଲାଗିଥିବା ବେ‌ଳେ ଏଠାରେ କରୋନା ଟିକା କୋଭିସିଲ୍ଡର ଉତ୍ପାଦନ କାମ କରାଯାଉନଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇପାରିନାହିଁ। କରୋନାକୁ ହରାଇବା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ବାରା ତିଆରି ହୋଇଥିବା କୋଭିସିଲ୍ଡ ଟିକାର ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଟିକା ବିତରଣ କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ସେରମ ଇନଷ୍ଟିଚ୍ୟୁଟ ୧୦ନିୟୁତ ଡୋଜ ପଠାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ାଇବାର ଯୋଜନା ରଖିଛି। ତେବେ ଟିକା ଉତ୍ପାଦନ କରୁଥିବା କ୍ୟାମ୍ପସରେ ନିଆଁ ଲାଗିନଥିବା ଜାଣି ଲୋକେ ଆଶ୍ବସ୍ତ ହୋଇଛନ୍ତି।

Share Now:

Kalinga News Beuro

Next Post

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨୪ଜଣ କରୋନା ଆକ୍ରାନ୍ତ

Fri Jan 22 , 2021
ଭୁବନେଶ୍ବର: ଆଜି ରାଜ୍ୟରୁ ୨୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଆଜି ସୁନ୍ଦରଗଡ଼ରୁ ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୮ଜଣ, ଝାରସୁଗୁଡ଼ାରୁ ୧୮ଜଣ, ବରଗଡ଼ରୁ ୧୬ଜଣ, ସମ୍ବଲପୁରରୁ ୧୫ଜଣ, ବାଲେଶ୍ବରରୁ ୧୪ଜଣ, ଯାଜପୁରରୁ ୧୪ଜଣ, ଖୋର୍ଦ୍ଧାରୁ ୧୪ଜଣ, କୋରାପୁଟରୁ ୧୦ଜଣ, ପୁରୀରୁ ୧୦ଜଣ, ନୂଆପଡ଼ାରୁ ୬ଜଣ, ଗଞ୍ଜାମରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ […]
ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial