ଜମ୍ମୁ ଓ କଶ୍ମୀର: ବଟମାଲୁ ଠାରେ ଏନ୍‌କାଉଣ୍ଟର୍‌ ବେଳେ ଜଣେ ପୁଲିସ ସହିଦ

ନୂଆଦିଲ୍ଲୀ: ବଟମାଲୁ ନିକଟରେ ରବିବାର ଦିନ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ସ୍ପେସାଲ୍‌ ଅପରୋସନ୍‌ ଗ୍ରୁପ୍‌ର ଜଣେ ପୁଲିସବାଲା ସହିଦ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସର ଅନ୍ୟ ଜଣେ ଏବଂ ଦୁଇ ଜଣ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ଡିଜିପି ଏସ୍‌ପି ବୈଦ କହିଛନ୍ତି: ଏକ ଆଡ୍ଡାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବାର ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଶ୍ରୀନଗର ଅନ୍ତର୍ଗତ ବଟମାଲୁ ଠାରେ ଅପରେସନ୍‌ ଆରମ୍ଭ ହେବାରୁ ଗୁଳି ବିନିମୟ ଘଟିଥିଲା। ଜଣ ଏସ୍‌ଓଜି ବୟ ସହିଦ ହେବା ସହ ଜଣେ ଜେକେପି ଏବଂ ଦୁଇ ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି। ଅଭିଯାନା ଜାରି ରହିଛି। ସହରର ବଟମାଲୁ ଅନ୍ତର୍ଗତ ଦିୟାଓ୍ଵାନି ଠାରେ ଆତଙ୍କବାଦୀମାନେ ଉପସ୍ଥିତ ଅଛନ୍ତି ବୋଲି ପକ୍କା ସୂଚନା ମିଳିବା ପରେ ନିରାପତ୍ତା ବଳ ରବିବାର ପ୍ରତ୍ୟୁଷରେ ସେ ଅଞ୍ଚଳରେ ସର୍ଚ ଆଣ୍ଡ୍‌ କର୍ଡନ୍‌ ଅଭିଯାନ ଆରମ୍ଭ କରିଥିଲା। ସାବଧାନତା ପଦକ୍ଷେପ ସ୍ୱରୂପ ଏବେ ସହରରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇବାରୁ ଅଭିଯାନ ଏନ୍‌କାଉଣ୍ଟର୍‌ ପାଲଟି ଗଲା। ଗୁଳି ବିନିମୟ ଚାଲିଛି ବୋଲି ଅଧିକାରୀମାନେ କହୁଛନ୍ତି।

Share Now:

Kalinga News Beuro

Leave a Reply

Next Post

ରାଜ୍ୟ ମାନିବ କି ‘ଫ୍ଲାଗ କୋଡ୍‌ ଅଫ ଇଣ୍ଡିଆ’ ଆଇନ୍‌, ଏହି ସ୍ୱାଧୀନତା ଦିବସରେ କରିବ କି ପ୍ଲାଷ୍ଟିକ୍‌ ବଦଳରେ କାଗଜ ପତାକା ବ୍ୟବହାର?

Sun Aug 12 , 2018
ଭୁବନେଶ୍ୱର:ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ଉପରେ ରୋକ ଲଗାଇବେ ସରକାର। ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ହେବ। ତେବେ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିବ କି ନାହିଁ ସେନେଇ କୌଣସି ସୂଚନା ବର୍ତ୍ତମାନ ସମୟରେ ମିଳିପାରିନାହିଁ। ତିନି ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଲକୁ ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ନଉଡ଼ାଇବା ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial