ଆଜି ରସୁଣ ଦିବସ:ଜାଣନ୍ତୁ ଏହାର ବିଶେଷତ୍ତ୍ୱ

ରସୁଣ ଜନ୍ମ ପଛରେ ‌ଅଛି ପୌରାଣିକ କାହାଣୀ
ଭୁବନେଶ୍ୱର:ଆଜି ରସୁଣ ଦିବସ। ପନିପରିବା ମଧ୍ୟରେ ଏହି ରସୁଣର ସ୍ଥାନ ସ୍ୱତନ୍ତ୍ର। ଏହାର ଏକ ଭିନ୍ନ ଗୁଣ ହେଲା ବାସ୍ନା। ମସଲା ଭିତରୁ ଏହାର ବାସ୍ନା ଯେମିତି ଖେଳିଯାଏ ତାହା ଅନ୍ୟପନିପରିବାରେ ନଥାଏ। ଜଣେ ଯାହା ଖାଇଥାଉ ନା କାହିଁକି ରସୁଣ ଖାଇଥିଲେ ଧରାପଡ଼ିଯାଏ। ଲୋକେ ସିନା ରସୁଣ ବାସ୍ନାକୁ ନେଇ ଟିକେ ନାକ ଟେକନ୍ତି ହେଲେ ଏଥିରେ ଔଷଧୀୟ ଗୁଣ ଭରି ରହିଛି। ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ଏହି ରସୁଣକୁ ନେଇ ଏକ କିମ୍ବଦନ୍ତୀ କାହାଣୀ ରହିଛି। କାହାଣୀଟି ଏମିତି- ଦେବ ଓ ଦାନବଙ୍କ ଦ୍ୱାରା ସମୂଦ୍ର ମନ୍ଥନବେଳେ ସମୁଦ୍ର ମଧ୍ୟରୁ ବହୁ ସାମଗ୍ରୀ ବାହାରିଥିଲା। ଆଉ ଶେଷରେ ଅମୃତ ଝରିଥିଲା। ଅମୃତ କଳସ ବାହାରୁ ବାହାରୁ ,ତାକୁ ପାଇବା ପାଇଁ ଦେବତା ଓ ଦାନବଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଗଲା। ଭଭୟ ପକ୍ଷ ଅମୃତ କଳସ ପାଇବା ପାଇଁ ଟଣା ଭିଡ଼ା କରିବାରୁ ବୁନ୍ଦାଏ ଅମୃତ ଖସି ରସୁଣ ରୂପ ନେଇଥିଲା।

ରସୁଣର ଔଷଧୀୟ ଗୁଣ: ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। କଞ୍ଚା ରସୁଣ ନିୟମିତ ଖାଇଲେ ରକ୍ତଚାପ ଓ କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ରହେ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଯଦି କଞ୍ଚା ରସୁଣ ଆପଣ ନିୟମିତ ଖାଇପାରୁ ନାହାନ୍ତି, ଗୁଆ ଘିଅରେ ଅଳ୍ପ ଭାଜି ଖାଇଲେ ମଧ୍ୟ ସମାନ ଉପକାର ପାଇବେ। ଦୈନିକ ଛଅ ପାଖୁଡ଼ା ବିଶିଷ୍ଟ ରସୁଣ ଶରୀର ପାଇଁ ଲାଭଦାୟକ। ରସୁଣ ପାଖରେ ଥିଲେ ଦେହରେ ମଶା ଲାଗନ୍ତି ନାହିଁ। ଏହା ଛଡା ପୁରୁଣା ରସୁଣ ଆହୁରି ଅଧିକ ଉପକାରୀ।

ଔଷଧୀୟ ଗୁଣ ଓ ଉପକାରିତା

ରସୁଣ ମାନସିକ ଚାପରୁ ମୁକ୍ତି ଦେଇଥାଏ । ନିୟମିତ ରସୁଣ ଖାଇବା ଦ୍ୱାରା ମୁଁହରେ ଭାଙ୍ଗ ପଡି ନ ଥାଏ ଏବଂ ମୁଁହ ବେଳକୁ ବେଳ ଉଜ୍ଜଳ ଦିଶେ ।
ପରିବର୍ତ୍ତିତ ପାଗ କାରଣରୁ ଥଣ୍ଡା କାଶ ପରି ସଂକ୍ରାମକ ରୋଗ ଦେଖାଗଲେ ନିୟମିତ ରସୁଣ ଖାଇଲେ ଶରୀର ସୁସ୍ଥ ରୁହେ।
ହୃଦ୍‌ରୋଗୀଙ୍କ ନିମନ୍ତେ ରସୁଣ ରାମବାଣ ସଦୃଶ । ଏଥିରେ ଥିବା ଫାଇଟୋକେମିକଲ୍ସ ରକ୍ତକୁ ପତଳା ହେବାକୁ ଦେଇ ନ ଥାଏ।
ନିୟମିତ ରସୁଣ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
ଆସନ୍ତୁ ଜାଣିବା କ’ଣ ମିଳିଥାଏ ଫାଇଦା

୧. ରସୁଣରେ ଏଲିସିନ ପରି ନ୍ୟୁଟ୍ରିଏଣ୍ଟସ୍‌ ରହିଛି, ଯାହା ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଏଥିରେ ଥିବା ସେଲେନିୟମ ଶରୀରକୁ ଯିବା ପରେ ପୁରୁଷଙ୍କର ଉର୍ବର ଶକ୍ତି ବୃଦ୍ଧି ପାଇଥାଏ।

୨. ଏଥିରେ ଥିବା ଆଣ୍ଟିବେକ୍ଟିରିୟଲ ପ୍ରପର୍ଟିଜ୍‌ ନିଶ୍ୱାସ ଓ ମୁଖଗନ୍ଧ ଦୂର କରିଥାଏ।

୩. ରସୁଣରେ କାର୍ବୋହାଇଡ୍ରେସ୍‌ ରହିଛି, ଏହାଦ୍ୱାରା ଦୁର୍ବଳତା ଦୂର ହୋଇଥାଏ।

୪. ରସୁଣରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଛି, ଯାହା ହାଡ଼କୁ ଶକ୍ତ କରିଥାଏ।

୫. ଏଥିରେ ଥିବା ଏଲିସିନ ଓଜନକୁ ନିୟନ୍ତ୍ରଣ କରିଥାଏ।

୬. ଏଥିରେ ଥିବା ଫାଇବର୍ସ ପେଟ ଦରଜ ଦୂର କରିଥାଏ।

୭. ଏହା କର୍କଟ ପ୍ରତିରୋଧୀ।

ରସୁଣର ଅପକାରିତା

ଲିଭର୍‌ ଉପରେ ପଡ଼ିବ ଖରାପ ପ୍ରଭାବ: ଲିଭର ବା ଯକୃତ ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଲିଭର ସୁସ୍ଥ ରହିବା ବହୁତ ଜରୁରୀ। ଅତ୍ୟଧିକ ରସୁଣ ଖାଇଲେ ଲିଭରକୁ କ୍ଷତି ପହଞ୍ଚାଇଥାଏ। ଏଥିରେ ଥିବା ଅକ୍ସିଡେଣ୍ଟ ଗୁଣ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଏକାଠି କରେ ଯାହା ଲିଭରକୁ କ୍ଷତି ପହଞ୍ଚାଇଥାଏ।

ପାଟିରୁ ଦୁର୍ଗନ୍ଧ ବାହାରିବା: ସାଧାରଣତଃ କଞ୍ଚା ରସୁଣ ଖାଇଲେ ପାଟି ଗନ୍ଧ ହୋଇଥାଏ। ତେବେ କିଛି ସମୟ ପରେ ଠିକ୍ ହୋଇଯାଏ। କିନ୍ତୁ ପ୍ରତିଦିନ ରସୁଣ ଖାଇଲେ ଓ ଅତ୍ୟଧିକ ପରିମାଣରେ ରସୁଣ ଖାଇଲେ ସବୁବେଳେ ପାଟିରୁ ଦୁର୍ଗନ୍ଧ ବାହାରେ। ଏଥିରେ କିଛି ରାସାୟନିକ ପଦାର୍ଥ ରହିଛି ଦୁର୍ଗନ୍ଧର କାରଣ ପାଲଟିଥାଏ।

ଛାତି ପୋଡ଼ାଜଳା: କିଛି ଲୋକ ଏସିଡିଟିରୁ ବର୍ତ୍ତିବା ପାଇଁ ସକାଳେ ଖାଲି ପେଟରେ ଦୁଇ କୋଳ ରସୁଣ ଖାଆନ୍ତି। କିନ୍ତୁ ଏଭଳି କଲେ ବାନ୍ତି ହେବାର ଆଶଙ୍କା ଥାଏ। ଛାତି ଜଳପୋଡ଼ା ହୁଏ।

ଏକ୍‌ଜିମା: ଖାଇବାରେ ଅଧିକ ରସୁଣ ବ୍ୟବହାର କଲେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। ଚର୍ମ ଲାଲ୍ ହୋଇଯାଏ ଓ ଜଳାପୋଡ଼ା ହୁଏ। ରସୁଣରେ ଥିବା ଏଲିଇନ ଲାଇସେ ଏନ୍‌ଜାଇମ୍‌ ଯୋଗୁଁ ଏପରି ହୋଇଥାଏ।

ମୁଣ୍ଡବ୍ୟଥା: ଅଧିକ ରସୁଣ ଖାଇଲେ ମୁଣ୍ଡ ବିନ୍ଧେ ଓ ମାଇଗ୍ରେନ୍ ଭଳି ସମସ୍ୟା ଦେଖାଯାଏ। ଅତ୍ୟଧିକ ରସୁଣ ଖାଇଲେ ମସ୍ତିଷ୍କରେ ଥିବା କୋଷିକାଗୁଡ଼ିକ ଅଧିକ ଉତ୍ତେଜିତ ହୋଇଯାଆନ୍ତି। ଫଳରେ ମୁଣ୍ଡବ୍ୟଥା ହୁଏ।

Share Now:

Kalinga News Beuro

Leave a Reply

Next Post

ସର୍ଜିକାଲ ଷ୍ଟ୍ରାଇକ୍‌ ପୂର୍ବରୁ ପାକିସ୍ତାନକୁ କହିଥିଲି,ସମୟ ଅଛି ତ ଶବ ଉଠାଅ…

Thu Apr 19 , 2018
ନୂଆଦିଲ୍ଲୀ: ୪ଦିନିଆ ବିଦେଶ ଗସ୍ତରେ ଥିବା ମୋଦି ଲଣ୍ଡନରୁ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ୱେଷ୍ଟମିନିଷ୍ଟର ସେଣ୍ଟ୍ରାଲ ହଲରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କଲା ବେଳେ ବଖାଣିଛନ୍ତି ସର୍ଜିକାଲ ଷ୍ଟ୍ରାଇକର ପୂରା କାହାଣୀ। ସେ କହିଛନ୍ତି,“ଯେତେବେଳେ ଭାରତର ସେନା ସର୍ଜିକାଲ ଷ୍ଟ୍ରାଇକ୍ କଲେ, ସେତେବେଳେ ଭାରତୀୟ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ସେ ପ୍ରଥମେ ପାକିସ୍ତାନକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଯଦି ସମୟ ଅଛି ତେବେ ଶବ ଉଠାଅ ବୋଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial